oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୩ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଡାକ୍ତରଙ୍କୁ ମାଡ ମାରିଲେ ରୋଗୀଙ୍କ ସମ୍ପର୍କୀୟ, ତେବେ ମାମଲାରେ ଅଡୁଆ, ସତ ଟା କେଉଁଠି ?

9/07/2020 at 2:53 PM

ସାଲେପୁର, ୦୯|୦୭: କରୋନା ମୁକାବିଲା କ୍ଷେତ୍ରରେ ଡାକ୍ତର, ନର୍ସମାନେ ସମ୍ମୁଖ ଯୋଦ୍ଧା ସାଜିଛନ୍ତି । କିନ୍ତୁ ଅନେକ ସ୍ଥାନରେ ଏହି ଯୋଦ୍ଧାଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର ପ୍ରଦର୍ଶନ ଭଳି ଘଟଣା ସାମ୍ନାକୁ ଆସୁଛି । କଟକ ଜିଲ୍ଲା ସାଲେପୁରରୁ ଆସିଛି ଏପରି ଏକ ଅଭିଯୋଗ । ସାଲେପୁର  ଗାଷ୍ଠୀ ସ୍ଵସ୍ଥ୍ୟକେନ୍ଦ୍ରର ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।   ଖୋଦ ଡାକ୍ତର ଏହି ଅଭିଯୋଗ କରିଛନ୍ତି।

ସୂଚନାନୁସାରେ, ଗୁରୁବାର ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ରୋଗୀକୁ ଧରି ଡାକ୍ତରଖାନା ଆସିଥିଲେ । ଏପରି ଡାକ୍ତରଙ୍କୁ ଡାକିଥିଲେ ହେଁ ସେ ଶୁଣିନଥିଲେ ।  ପରେ ସେ ଡାକ୍ତରଖାନା ଭିତରକୁ ଯାଇ ଡାକ୍ତରଙ୍କୁ ଖୋଜୁଥିବା ବେଳେ କିଛି କର୍ମଚାରୀ ମୋବାଇଲରେ ଲୁଡୁ ଖେଳୁଥିବା ଦେଖିଥିଲେ । ଏହା ଦେଖି ସେ ନିଜ ମୋବାଇଲରୁ ସୁଟିଂ କରିବା ଆରମ୍ଭ କରିଥିଲେ । ସେହିସମୟରେ ଡାକ୍ତରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ତାଙ୍କୁ ବିରୋଧ କରି ଗାଳିଗୁଲଜ କରିଥିବା ସେ ଓଲଟା ଅଭିଯୋଗ କରିଛନ୍ତି ।

ଡାକ୍ତର କହିଛନ୍ତି ଯେ, ଅନ୍ୟପଟେ କିଛି କାରଣ ନଥାଇ ସମସ୍ତ କୋଭିଡ ନିୟମ ଭାଙ୍ଗି ଡାକ୍ତରଖାନା ଭିତର ରୁମକୁ ପଶିଆସିଥିଲେ । ବେଆଇନ ଭାବେ ମୋବାଇଲରେ ଫୋଟୋ ଉଠାଇବାକୁ ବିରୋଧ କରିବାରୁ ତାଙ୍କୁ ପେଲାଠେଲା କରି ମରାଧାରା କରାଯାଇଥିଲା। ଏନେଇ ସେ ଏକ ଲିଖିତ ଏତଲା ମଧ୍ୟ ସାଲେପୁର ପୋଲିସକୁ ଦେଇଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts