Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଣି ଘେରରେ ଚାନ୍ଦବାଲି ବ୍ଲକର ୨୦ ଗାଁ, ଦୁର୍ବଳ ନଦୀବନ୍ଧ ପାଇଁ ଚିନ୍ତାରେ ଲୋକେ
  • ||
  • ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୪୦୯୨ କରୋନା ପଜିଟିଭ୍
  • ||
  • ଆଉ ନାହାନ୍ତି ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍‌ ରାକେଶ ଝୁନଝୁନୱାଲା: ୬୨ ବର୍ଷ ବୟସରେ ମୁମ୍ବାଇରେ ପରଲୋକ
  • ||
  • ମହାନଦୀ ଫୁଲୁଛି : ବୌଦ୍ଧରେ ବନ୍ୟା ସ୍ଥିତି, ହରଭଙ୍ଗା ବ୍ଲକ୍‌ର ୫୫ ଗାଁ ପ୍ରଭାବିତ
  • ||
  • କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ, ଜଣେ ପୋଲିସ କର୍ମୀ ସହିଦ
  • ||
  • ଏସିଆ କପ୍ ପାଇଁ କୋହଲି ପ୍ରସ୍ତୁତ : ଇନଡୋର୍ ଷ୍ଟାଡିୟମରେ କଲେ ଜୋରଦାର ଅଭ୍ୟାସ
  • ||

ଜଙ୍ଗଲ ନିକଟରେ ଡକାୟତି, ଗାଡି ଲୁଟ୍ କରି ଚାବି ଛଡାଇ ନେଇଥିବା ଅଭିଯୋଗ

1/07/2022 at 3:21 PM

ଧର୍ମଗଡ ୧।୭: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ରାମୁଡ଼ ଜଙ୍ଗଲ ନିକଟରେ ଗୁରୁବାର ରାତିରେ ବଡ ଧରଣର ଡକାୟତି ହୋଇଥିବା ଜଣାଯାଇଛି । ଡକାୟତମାନେ ବିଭିନ୍ନ ଗାଡିକୁ ଲୁଟ୍ କରିବା ସହ ଗାଡ଼ି ଚାବି ଛଡାଇ ନେଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ରାମୁଡ୍ ଜଙ୍ଗଲ ନିକଟରେ ଡକାୟତମାନେ ବିଭିନ୍ନ ଗାଡିକୁ ଅଟକାଇ ଗାଡି ଚାଳକଙ୍କୁ ବନ୍ଧୁକ ଦେଖାଇ ମାଡ ମାରି ଲୁଟିଥିଲେ । ପ୍ରାୟ ୫ରୁ ୬ଟି ଗାଡିକୁ ଲୁଟ୍ କରିଥିବା ବେଳେ ୩ଟି ଗାଡିର ଚାବି ଛଡାଇ ନେି ପଳାଇ ଯାଇଥିଲେ । ରାଇଘରରୁ ପୁରୀ ଯାଉଥିବା ଓଡି ୦୨ବିପି୦୭୩୮ ନମ୍ବର ବିଶିଷ୍ଟ ଗାଡିର ଚାଳକ ଗାଡି ଦୁର୍ଘଟଣା ଘଟିଛି ଭାବି ଅଟକିବା ପରେ ଡକାୟତମାନେ ପ୍ରଥମେ ଗାଡି ଚାଳକଙ୍କୁ ମାଡ ମାରି ବନ୍ଧୁକ ଦେଖାଇ ପ୍ରଥମେ ଚାବି ଓ ପରେ ଚାଳକ ସମେତ ଅନ୍ୟମାନଙ୍କ ଠାରୁ ଟଙ୍କା ଲୁଟ୍ କରିଥିଲେ । ଏକ ଆପାଚି ଗାଡ଼ିରେ ତିନି ଜଣ ଯୁବକ ଆସି ଡକାୟତି କରିଥିଲେ। ଠିକ୍ ସେହିପରି ମୋହନଗିରିଠାରେ ଥିବା ଦେଶୀ ମଦ ଭାଟିରୁ ମଧ୍ୟ ଡକାୟତି ହୋଇଥିବା ଜଣାପଡିଛି । ଉଭୟ ଘଟଣାରେ ମଦନପୁର ରାମପୁର ପୋଲିସ ଘଟଣାର ଛାନ୍‌ଭିନ୍ କରୁଛନ୍ତି । ତେବେ ଗୋଟିଏ ସପ୍ତାହ ଭିତରେ ମ.ରାମପୁର ଅଞ୍ଚଳରେ ୪ଟି ଡକାୟତି ପୋଲିସ ପାଇଁ ମୁଣ୍ଡ ବ୍ୟଥା ସାଜିଥିବା ବେଳେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

   Related Posts