ଡକାୟତି କରିବାକୁ ଆସି ଭୁଜାଲି ଓ ବନ୍ଧୁକ ଛାଡିଦେଇଗଲେ ଡକାୟତ
28/02/2020 at 2:58 PM

ଯାଜପୁର ୨୮।୨: ଡକାୟତି କରିବାକୁ ଆସି ଘରେ ଛାଡିଦେଇଗଲେ ଭୁଜାଲି ଓ ବନ୍ଧୁକ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତ କୁନ୍ଦଳ ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି ।
ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତ କୁନ୍ଦଳ ଗାଁର ଦୋକଡି ରାଉତଙ୍କ ଘରେ କିଛି ଡକାୟତ ଡକାୟତି କରିବାକୁ ଆସିଥିଲେ । ତେବେ ଘର ଲୋକ ଉଠିଯିବା ପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ । ଘରେ ଭୁଜାଲି ଓ ଏକ ବନ୍ଧୁକ ଛାଡି ପଳାଇଥିବା ଜଣାପଡିଛି । ଆଜି ବଡଚଣା ପୋଲିସ ଘଟଣାସ୍ଥଳକୁ ଯାଇ ଭୁଜାଲି ଓ ବନ୍ଧୁକ ଜବତ କରି ତଦନ୍ତ ଆରମ୍ଭ କରିଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023