ରିଲିଜ୍‌ ହେଲା ଫିଲ୍ମ ‘ଦୋବାରା’ର ଟ୍ରେଲର, ଦମ୍‌ଦାର ଭୂମିକାରେ ନଜର ଆସିଲେ ତାପସୀ

Published By : Prameya-News7 Bureau | August 18, 2022 IST

ମୁମ୍ବାଇ ୧୮।୦୮: ରିଲିଜ୍‌ ହୋଇଛି ତାପସୀ ପନ୍ନୁଙ୍କ ଫିଲ୍ମ ‘ଦୋବାରା’ର  ନୂଆ ଟ୍ରେଲର୍‌ । ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଏହି  ଫିଲ୍ମ ତାପସୀଙ୍କ ଚରିତ୍ର ଉପରେ ପର୍ଯ୍ୟବସିତ। ଯିଏକି  ବର୍ତ୍ତମାନଠୁ ଅତୀତକୁ ଅଲଗା କରିବା ପାଇଁ ସଂଘର୍ଷ  କରୁଛି । ଟ୍ରେଲର୍‌ରେ ପୋଲିସ ଭୂମିକା ନିର୍ବାହ କରିଥିବା  ପାଭେଲ୍‌ ଗୁଲାଟି ଏହି ସ୍ଥିତିରେ ତାପସୀଙ୍କୁ ସାହାଯ୍ୟ  କରୁଥିବା ନଜର ଆସିଛନ୍ତି । ଏକ ପୁରୁଣା  ଟେଲିଭିଜନ୍‌ ସେଟ୍‌ ତାଙ୍କ ଅତୀତକୁ  ବର୍ତ୍ତମାନ ସହ ଯୋଡ଼ୁଥିବା  ଦେଖିବାକୁ ମିଳିଛି ।  

ତାପସୀଙ୍କ ସହ  ଏହି ଫିଲ୍ମରେ  କାମ କରିବା  ବିଷୟରେ  ଅନୁରାଗ  କଶ୍ୟପ  କହିଛନ୍ତି,  ମହିଳାଙ୍କ  ସହ  କାମ କରିବା  ଅପେକ୍ଷାକୃତ  ସହଜ ଏବଂ  ସେମାନଙ୍କ ସହ  ଡିଲ୍‌ ମଧ୍ୟ ସରଳ । ସେହି  ଦୃଷ୍ଟିରୁ ତାପସୀଙ୍କ ସହ କାମ  କରିବା ତାଙ୍କ ପାଇଁ ସହଜ ହୋଇଛି ।  ତାପସୀଙ୍କଠାରୁ ସେ ଭରପୂର ଭରସା ପାଇଛନ୍ତି ।  ଭରସା ନ ଥିଲେ କାମ କରିବା ତାଙ୍କ ପାଇଁ ସମ୍ଭବ  ନୁହେଁ । ନବାଗତ ପୁରୁଷ କଳାକାରମାନେ ପୂର୍ଣ୍ଣ  ବିଶ୍ୱାସ ଦେଇଥାନ୍ତି, କିନ୍ତୁ ଧୀରେ ଧୀରେ ଅସୁରକ୍ଷିତ  ଭାବନା ସେମାନଙ୍କ ଭିତରେ ସୃଷ୍ଟି ହୁଏ । ସଫଳତା ଓ  ବିଫଳତା ସହିତ ଅନେକ ଲୋକ ବଦଳି ଯାଇଥିବା ସେ  ଦେଖିଛନ୍ତି ।

କିନ୍ତୁ ତାପସୀ ଆରମ୍ଭରୁ ସେହିଭଳି ଅଛନ୍ତି  ବୋଲି ଅନୁରାଗ କହିଛନ୍ତି । ‘ଦୋବାରା’ ଅନୁରାଗ  ଓ ତାପସୀଙ୍କର ୨ୟ ଫିଲ୍ମ । ଏହା ପୂର୍ବରୁ ୨୦୧୮  ମସିହାରେ ଫିଲ୍ମ ‘ମନ୍‌ମର୍ଜିୟାଁ’ରେ କାମ କରିଥିଲେ । ଏଥିରେ ଅଭିଷେକ ବଚ୍ଚନ ଓ ଭିକି  କୌଶଲ ମଧ୍ୟ ସ୍କ୍ରିନ୍‌ ସେୟାର କରିଥିଲେ । ୨୦୧୮  ମସିହାରେ ମୁକ୍ତିପ୍ରାପ୍ତ ସ୍ପାନିଶ୍‌ ଫିଲ୍ମ ‘ମ୍ୟାରେଜ୍‌’ର  ହିନ୍ଦୀ ରୂପାନ୍ତର ହେଉଛି ‘ଦୋବାରା’ । ଆସନ୍ତା କାଲି  ଏଇଟି ବଡ଼ ପରଦାରେ ମୁକ୍ତିଲାଭ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.