scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ସୁପ୍ରିମକୋର୍ଟଙ୍କୁ ପୋଷ୍ଟ ଅଫିସ୍‌ ଭାବୁଛନ୍ତି କି ?’: ଓକିଲଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତାଗିଦ୍‌

17/07/2023 at 4:52 PM

ନୂଆଦିଲ୍ଲୀ, ୧୭/୦୭: କେରଳର ଜଣେ ଓକିଲଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍ । ‘ସୁପ୍ରିମକୋର୍ଟଙ୍କୁ ପୋଷ୍ଟ ଅଫିସ୍‌ ଭାବୁଛନ୍ତି କି ?’ କହି ଓକିଲଙ୍କୁ କଲେ ତାଗିଦ୍‌। ପ୍ରକୃତରେ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼, ବିଚାରପତି ପିଏସ ନରସିଂହ ଏବଂ ବିଚାରପତି ମନୋଜ ମିଶ୍ରା କେରଳର ଜଣେ ୩୯ ବର୍ଷୀୟ ଓକିଲଙ୍କ ଏକ ଯାଚିକା ଉପରେ ଶୁଣାଣି କରୁଥିଲେ। ଏହି ଯାଚିକା ଜଣକ ନିଜ ଅଞ୍ଚଳ ମଲ୍ଲପୁରମର ତିରୁରରେ ବନ୍ଦେ ଭାରତ ଟ୍ରେନ ପାଇଁ ଷ୍ଟପେଜ କରିବା ପାଇଁ ଆଦେଶ ଦେବାକୁ ଅନୁରୋଧ କରିଥିଲେ।

ହେଲେ ଏହି ଯାଚିକାର ଶୁଣାଣି ସମୟରେ ଜଷ୍ଟିସ ନରସିଂହ ଯାଚିକାକର୍ତ୍ତା ପିଟି ସିଜିଶଙ୍କୁ ତାଗିଦ୍ କରି କହିଛନ୍ତି ଯେ ‘‘ କ’ଣ ଆପଣ ସୁପ୍ରିମକୋର୍ଟଙ୍କୁ ପୋଷ୍ଟ ଅଫିସ୍ ଭାବୁଛନ୍ତି। ଆପଣ ଚାହୁଛନ୍ତି ଆମେ ନିର୍ଣ୍ଣୟ ନେବୁ ଯେ ବନ୍ଦେ ଭାରତ ଟ୍ରେନ୍ କେଉଁଠି ଅଟକିବ ? କ’ଣ ଆମେ ଦିଲ୍ଲୀ-ମୁମ୍ବାଇ ରାଜଧାନୀରେ ବି ଷ୍ଟପେଜ କେଉଁଠି ହେବ ତାହାର ବି ଶୁଣାଣି କରିବୁ ? ଏହା ଏକ ନୀତିଗତ ମାମଲା, ଆପଣ ଅଧିକାରୀଙ୍କ ପାଖକୁ ଯାଆନ୍ତୁ।’’ ତେବେ ପ୍ରଧାନ ବିଚାରପତି ଏଥିରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ଯାଚିକା ଖାରଜ କରିଛନ୍ତି।

ଆହୁରି ପଢ଼ନ୍ତୁ: ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ମାମଲା, CBI ଏବଂ EDଙ୍କୁ ନୋଟିସ୍‌ ପଠାଇଲେ ସୁପ୍ରିମକୋର୍ଟ

ପ୍ରକୃତରେ ତାଙ୍କର ଯାଚିକା କେରଳ ହାଇକୋର୍ଟରେ ଖାରଜ ହୋଇଥିଲା ଏହା ପରେ ଓକିଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କେରଳ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବେଚୁ କରୁୟନ ଥମସ ଏବଂ ଜଷ୍ଟିସ୍‌ ସି.ଜୟଚନ୍ଦ୍ରନଙ୍କ ଖଣ୍ଡପୀଠ ଯାଚିକା ଖାରଜ କରିବା ସହ କହିଥିଲେ ଯେ, ରିଟ୍‌ ପିଟିସନରେ କୌଣସି ସାର୍ବଜନିକ ହିତ ନାହିଁ ଆଉ ଏହି ଟ୍ରେନ ପାଇଁ ଷ୍ଟପ୍‌ ପ୍ରଦାନ କରିବା ରେଲଓ୍ବେ ଦ୍ବାରା ନିର୍ଦ୍ଧାରିତ କରାଯିବା ଦରକାର, ଏବଂ କୌଣସି ବ୍ୟକ୍ତିଙ୍କ ଏହାର ଦାବି କରିବା ନିହିତ ଅଧିକାର ନାହିଁ।

ହାଇକୋର୍ଟଙ୍କ ଖଣ୍ଡପୀଠ ୨୦୨୩ ଏପ୍ରିଲ ୨୮ରେ ନିଜ ଆଦେଶରେ ସ୍ପଷ୍ଟ ଭାବରେ କହିଥିଲେ ଯଦି ଜନତାଙ୍କ ଦାବିରେ ଷ୍ଟପେଜ ପ୍ରଦାନ କରାଯିବ, ତାହେଲେ ‘ଏକ୍ସପ୍ରେସ୍‌ ଟ୍ରେନ୍‌’ ଖାସକରି ବନ୍ଦେ ଭାରତ ଏକ୍ସପ୍ରେସର ଏକ୍ସପ୍ରେସ ଶବ୍ଦ ଏକ ମିଥ୍ୟା ନାଁ ହେଇଯିବ। ଓକିଲ ଶ୍ରୀରାମ ପିଙ୍କ ମାଧ୍ୟମରେ ଦାୟକ ଏସଏଲପି କହିଥିଲେ ଯେ ମଲପ୍ପୁରମ ଜିଲ୍ଲା କେରଳ ରାଜ୍ୟର ସବୁଠୁ ଜନ ବହୁଳ ଜିଲ୍ଲା ମଧ୍ୟରୁ ଗୋଟିଏ ଏଠା​‌ରେ ବହୁ ମାତ୍ରାରେ ଲୋକେ ଯାତ୍ରା ପାଇଁ ଟ୍ରେନ୍‌ ଉପରେ ନିର୍ଭର କରିଥାନ୍ତି।

ଆହୁରି ପଢ଼ନ୍ତୁ: ରାହୁଲ ଗାନ୍ଧୀଙ୍କ ବଢିଲା ଅଡୁଆ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ଣ୍ଣେଶ ମୋଦି

   Related Posts