Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶିଡି ଚଢିବା ବେଳେ ଧଇଁସଇଁ ହେଉଛନ୍ତି କି ? ଜାଣନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାର ଉପାୟ

1/09/2023 at 10:35 AM

ମୁମ୍ଵାଇ ୦୧।୦୯: ପ୍ରାୟ ଲୋକଙ୍କ ଠାରୁ ଶୁଣିବାକୁ ମିଳିଥାଏ ଯେ ଶିଡ଼ି ଚଢିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହେଉଛି । ଏପରିକି କିଛି ଲୋକ ୨/୪ଟି ଶିଡ଼ି ଚଢ଼ିବା ପରେ  ଏଭଳି ସମସ୍ୟା ଭୋଗୁଥିବା ଦେଖିବାକୁ ମିଳିଥାଏ । ଏହି ସମସ୍ୟା ବିଭିନ୍ନ  ବୟସର ଲୋକଙ୍କଠାରେ ଦେଖାଦିଏ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏଭଳି  ସମସ୍ୟା ଉପୁଜିଥାଏ । ଯେଉଁ ଲୋକମାନେ ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତି  ନାହିଁ, ସେମାନେ ଏଭଳି ଦୁର୍ବଳ ଅନୁଭବ କରିଥାନ୍ତି । ଆଉ ଶିଡ଼ି ଚଢ଼ିବାରେ କଷ୍ଟ  ଅନୁଭବ କରିଥାନ୍ତି । ଚାଲନ୍ତୁ ଜାଣିବା ଏହି ସମସ୍ୟାରୁ ମୁକ୍ତି ପାଇବାର ଉପାୟ ।

ଯେଉଁ ଲୋକଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଥାଏ । ସେମାନଙ୍କଠାରେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ନିଜ ଡାଏଟ୍‌ରେ ପୋଷକ ତତ୍ତ୍ୱଯୁକ୍ତ  ଖାଦ୍ୟକୁ ସାମିଲ୍‌ କରନ୍ତୁ । ଆପଣଙ୍କ ଶରୀରକୁ ଶକ୍ତି ମିଳିବ । ଫଳରେ ଶିଢ଼ି ଚଢ଼ିବା  ସମୟରେ ଧଇଁସଇଁ ହେବେ ନାହିଁ ।  ନିୟମିତ ଭରପୂର ନିଦରେ ଶୁଅନ୍ତୁ । ଭଲରେ ନ ଶୋଇବା ଯୋଗୁ ଥକା  ଅନୁଭବ ହୋଇ ଏଭଳି ସମସ୍ୟା ଆସୁଥାଇପାରେ ।  ବଢୁଥିବା ଓଜନ ମଧ୍ୟ ଏଭଳି ସମସ୍ୟାର ଅନ୍ୟତମ କାରଣ ହୋଇପାରେ ।  ମୋଟାପଣ ମଧ୍ୟ ଆପଣଙ୍କୁ ଶିଢ଼ି ଚଢ଼ିବାରେ ସମସ୍ୟା ସୃଷ୍ଟି କରିପାରେ ।  ନିୟମିତ ଯୋଗାସନ ଓ ବ୍ୟାୟାମ କରିବା ସହ ତୈଳଯୁକ୍ତ ଖାଦ୍ୟଠାରୁ ଦୂରେଇ  ରହି ସବୁଜ ପନିପରିବାକୁ ଖାଦ୍ୟରେ ସାମିଲ୍‌ କରିବା ଉଚିତ୍‌ । ସକାଳୁ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ । ଅଧିକ ଡେରି ଯାଏ ଶୋଇବା ଯୋଗୁ  ଏଭଳି ସମସ୍ୟା ମଧ୍ୟ ହୋଇପାରେ । 

ଯଦି ନିଜ ସ୍ୱାସ୍ଥ୍ୟକୁ ଠିକ୍‌ ରଖିବା ପରେ ଏଭଳି ସମସ୍ୟା ଉପୁଜେ, ତେବେ  ଏହା ଅନ୍ୟ କୌଣସି ରୋଗର ଲକ୍ଷଣ ହୋଇପାରେ ।  ୍ନ ଶରୀରରେ ପାଣିର ଅଭାବରୁ ଏଭଳି ସମସ୍ୟା ଉପୁଜିପାରେ । ଜଳାଭାବ  ଯୋଗୁ ସିଢିରେ ଉଠିବା ସମୟରେ ଧଇଁସଇଁ ଲାଗିଥାଏ । ତେଣୁ ନିୟମିତ  ଆବଶ୍ୟକ ପରିମାଣର ପାଣି ପିଇବା ସହ ପଇଡ଼ ପାଣି ଓ ଜୁସ ପିଇପାରିବେ ।  ସେହିପରି ଚିନ୍ତା ଯୋଗୁ ମଧ୍ୟ ଶିଢ଼ି ଚଢ଼ିବା ସମୟରେ ଧଇଁସଇଁ ଲାଗିଥାଏ ।  ତେଣୁ ନିଜକୁ ଚିନ୍ତାମୁକ୍ତ ରଖିବାର ପ୍ରୟାସ କରନ୍ତୁ ।  ୍ନ ଏହାବ୍ୟତୀତ ଶରୀରରେ ରକ୍ତ ଅଭାବରୁ ମଧ୍ୟ ଏମିତି ସମସ୍ୟା ଉପୁଜିପାରେ ।  ତେଣୁ ନିଜର ରୁଟିନ୍‌ ଚେକ୍‌ଅପ୍‌ କରାଇ ନିଅନ୍ତୁ ।

   Related Posts