ମୁମ୍ବାଇ ୩୧/୦୧ ; ମୁକେଶ ଅମ୍ବାନୀ ଦେଶର ଜଣେ ଜଣାଶୁଣା ବ୍ୟବସାୟ ଟାଇକୁନ୍ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମାଲିକ ଏବଂ ଏସିଆର ଦ୍ବିତୀୟ ଧନୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ଅମ୍ବାନୀ ପରିବାର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଜାଣିଛନ୍ତି କି ଅମ୍ବାନୀ ପରିବାର ସଦସ୍ୟ କେତେ ପଢିଛନ୍ତି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ଅନେକ ଧନୀଙ୍କ ପରି ମୁକେଶ ମଧ୍ୟ କଲେଜ ଡ୍ରପଆଉଟ୍ । ସେ ଏମବିଏ ପଢିବା ପାଇଁ କାଲିଫର୍ନିଆର ଷ୍ଟାନଫୋର୍ଡ ୟୁନିଭରସିଟି ଯାଇଥିଲେ । କିନ୍ତୁ ପଢା ଅଧାରୁ ହିଁ ଭାରତ ଫେରି ଆସିଥିଲେ । ଆଉ ବ୍ୟବସାୟରେ ବାପା ଧୀରଭାଇ ଅମ୍ବାନୀଙ୍କୁ ସହଯୋଗ କରିଥିଲେ ।
{"id":739727,"sizeSlug":"full","linkDestination":"none"}ବିଜେନେସ୍ ଟାଇକୁନ୍ ମୁକେଶ ଅମ୍ବାନୀଙ୍କର ୨ଟି ପୁଅ ଏବଂ ଗୋଟିଏ ଝିଅ । ବଡ ପୁଅ ଆକାଶଙ୍କର ବିବାହ ସରିଥିବା ବେଳେ ସାନପୁଅଙ୍କର ନିକଟରେ ସରିଛି ନିର୍ବନ୍ଧ । ତେବେ ଆସନ୍ତୁ ଜାଣିବା ଅମ୍ବାନୀଙ୍କର ବଡପୁଅଙ୍କ ବିଷୟରେ । ୨୭ ବର୍ଷର ଆକାଶ ମୁମ୍ବାଇର ଚାମ୍ପିୟନ ସ୍କୁଲ ଏବଂ ଧୀରଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢିଛନ୍ତି । ପରେ ୨୦୧୩ରେ ଆମେରିକାର ବ୍ରାଉନ ୟୁନିଭରସିଟିରୁ ବ୍ୟବସାୟ-ବାଣିଜ୍ୟରେ ହାସଲ କରିଛନ୍ତି ସ୍ନାତକ । ସେହିପରି ସାନ ପୁଅ ଅନନ୍ତ ଅମ୍ବାନୀ ମଧ୍ୟ ଧୀରୁଭାଇ ଅନ୍ତର୍ଜାତୀୟ ବିଦ୍ୟାଳୟ ଏବଂ ବ୍ରାଉନ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି ।
{"id":739729,"sizeSlug":"full","linkDestination":"none"}ଏହାପରେ ଆସନ୍ତୁ ଜାଣିବା ଅମ୍ବାନୀ ପରିବାରର ମହିଳାଙ୍କ ବିଷୟରେ । ପ୍ରଥମରେ ଜାଣିବା ମୁକେଶଙ୍କ ପତ୍ନୀ ନିତା ଅମ୍ବାନୀଙ୍କ ବିଷୟରେ । ନୀତା ଅମ୍ବାନୀ ମୁମ୍ବାଇର ନରସି ମୋଞ୍ଜି କଲେଜ ଅଫ୍ କମର୍ସ ଆଣ୍ଡ ଇକୋନୋମିକ୍ସରୁ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି। ଏଥିସହିତ ନୀତା ଜଣେ ତାଲିମପ୍ରାପ୍ତ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ।
{"id":739730,"sizeSlug":"full","linkDestination":"none"}ଏହାପଛକୁ ଅଛନ୍ତି ଅମ୍ବାନୀ ପରିବାରର ଝିଅ ଇଶା ଅମ୍ବାନୀ । ଇଣ୍ଟରନ୍ୟାସନାଲ ସ୍କୁଲରେ ପଢୁଥିବା ଇଶା ଆମେରିକାର ୟେଲ ୟୁନିଭରସିଟିରୁ ସାଇକୋଲୋଜିରେ ସ୍ନାତକ ହାସଲ କରିବା ପରେ କାଲିଫର୍ନିଆର ଷ୍ଟାନଫୋର୍ଡ ବିଜନେସ୍ ସ୍କୁଲରୁ କରିଛନ୍ତି ଏମବିଏ ।
{"id":739732,"sizeSlug":"full","linkDestination":"none"}ଏହାପରେ ଜାଣିବା ଅମ୍ବାନୀ ପରିବାରର ବଡ଼ ବୋହୂ ଶ୍ଲୋକା ମେହେତାଙ୍କ ବିଷୟରେ । ସେ ନ୍ୟୁ ଜର୍ସିର ପ୍ରିନ୍ସଟନ୍ ୟୁନିଭରସିଟିରୁ ଆନ୍ଥ୍ରୋପୋଲୋଜିରେ ସ୍ନାତକ ହାସଲ କରିଛନ୍ତି ।
{"id":739733,"sizeSlug":"full","linkDestination":"none"}ସେହିପରି ନିକଟରେ ଅମ୍ବାନୀ ପରିବାରରେ ଯୋଡି ହୋଇଥିବା ନୂଆ ସଦସ୍ୟ ହେଉଛନ୍ତି ରାଧିକା ମର୍ଚ୍ଚାଣ୍ଟ । ରାଧିକା ମୁମ୍ବାଇର ଇକୋଲୋ ମୋଣ୍ଡିଆଲ ୱାର୍ଲ୍ଡ ସ୍କୁଲ ଏବଂ ବିଡି ସୋମାନି ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢିଛନ୍ତି । ପରେ ୨୦୧୭ ମସିହାରେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଏଚଡି କରିଛନ୍ତି ।
{"id":739734,"width":839,"height":680,"sizeSlug":"full","linkDestination":"none"}