scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆପଣ ଫୋନ୍ କଭର ପଛରେ ୫୦, ୧୦୦ କିମ୍ବା ୫୦୦ ଟଙ୍କିଆ ନୋଟ୍ ରଖୁଛନ୍ତି କି? ସାବଧାନ୍ !  ଯାଇପାରେ ଜୀବନ

22/08/2023 at 7:43 PM

ନୂଆଦିଲ୍ଲୀ 22/08 : ଅଧିକାଂଶ ଲୋକ ଯେଉଁମାନେ ଫୋନ୍ କଭର ପଛରେ ୧୦, ୨୦, ୫୦, ୧୦୦ କିମ୍ବା  ୫୦୦ ଟଙ୍କିଆ ନୋଟ୍ ରଖନ୍ତି। ଲୋକମାନେ ଭାବନ୍ତି ଯେ ଏହି ଟଙ୍କା ଫୋନ୍ ପଛରେ ସୁରକ୍ଷିତ ରହିଥାଏ, ଆଉ ଜରୁରୀ ସମୟରେ  କାମରେ ଆସିଥାଏ। ଯଦିଓ, ଏହି ସମୟରେ ସେମାନେ ଭୁଲିଯାଆନ୍ତି ଯେ, ଏହା କରିବା ସେମାନଙ୍କ ପାଇଁ କେତେ ବିପଦଜ୍ଜନକ। ତେବେ ଏହି ନୋଟ୍ ହେତୁ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ । ଫୋନର ପଛ କଭରରେ ନୋଟ୍ ରଖିବା କାହିଁକି ବିପଜ୍ଜନକ ଆସନ୍ତୁ ଜାଣିବା।

ଯେତେବେଳେ ଆପଣ ଫୋନକୁ ଅଧିକ ବ୍ୟବହାର କରନ୍ତି, ଆପଣ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ ଏହା ଗରମ ହୋଇଯାଏ। ଏପରି ପରିସ୍ଥିତିରେ, ଯଦି ଆପଣ ନିଜ ଫୋନ୍ କଭର ପଛରେ ନୋଟ୍ ରଖିଛନ୍ତି, ତେବେ ଫୋନର ଉତ୍ତାପ ମୁକ୍ତ ହୋଇପାରେ ନାହିଁ। ଏହି କାରଣରୁ ଫୋନ୍ ବିସ୍ଫୋରଣ ହୋଇପାରେ। ଆଉ ଏହି ନୋଟ୍ ଯୋଗୁ ବିସ୍ପୋରଣ ଭୟଙ୍କର ହୋଇଥାଏ। କାହିଁକିନା ନୋଟ୍ ତିଆରିରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ। ଏହି ରାସାୟନିକ ପଦାର୍ଥ ନିଆଁକୁ ଆହୁରି ବଢାଇଥାଏ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ପରାମର୍ଶ ଦେବୁ ଯେ ଭୁଲରେ ମଧ୍ୟ ଫୋନ୍ କଭର ପଛରେ କୌଣସି ପ୍ରକାରର ନୋଟ୍ ରଖନ୍ତୁ ନାହିଁ ।

ବିଶେଷଜ୍ଞମାନେ କୁହନ୍ତି ଯେ, ଫୋନରେ ଭଲ କଭର ଲଗାନ୍ତୁ। କାହିଁକିନା ଫୋନରେ ଟାଇଟ୍ କଭର ବ୍ୟବହାର କରାଯିବା ଉଚିତ୍ ନୁହେଁ। କାରଣ ଏହା ମଧ୍ୟ ଫୋନ୍ ଫାଟିବାର ଆଉ ଏକ କାରଣ।

Also Readପାହାଡ ଉପରେ ଝୁଲୁଛି ଦୋକାନ, ପର୍ବତାରୋହୀଙ୍କ ସାଜିଛି ସାଥି,ଦୋକାନ ଚଳାଉଛନ୍ତି ଯୁବତୀ

   Related Posts