scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ’ଣ ଆପଣଙ୍କର ରାବଣ ଭଳି ୧୦୦ ମୁଣ୍ଡ ଅଛି  ? ପ୍ରଧାନମନ୍ତ୍ରୀଙ୍କୁ ଏମିତି କାହିଁକି ତାତ୍ସଲ୍ୟ କଲେ କଂଗ୍ରେସ ଅଧ୍ୟକ୍ଷ ଖଡଗେ

29/11/2022 at 6:16 PM

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ। ଶାସକ ବିଜେପି ସହ ଦୁଇ ପ୍ରତିଦ୍ଵନ୍ଦ୍ଵୀ ବିରୋଧୀ ଦଳ କଂଗ୍ରେସ ଏବଂ ଆପ୍‌ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ଏହି କ୍ରମରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାବଣ କହିବା ସହ ବିଜେପିକୁ ଶାଣିତ ସ୍ଵରରେ ସମାଲୋଚନା କରିଛନ୍ତି।

ଅହମ୍ମଦାବାଦର ବହରମହପୁରାରେ ଜନସଭାକୁ ସମ୍ଭୋଧିତ କରି ଖଡଗେ କହିଛନ୍ତି, ଆମେ ମୋଦୀଙ୍କ ଚେହେରାକୁ ନଗର ନିଗମ ନିର୍ବାଚନରେ ଦେଖିଲୁ। ସେ ବିଧାନସଭା ନିର୍ବାଚନ ହେଉ କି ଲୋକସଭା ନିର୍ବାଚନ ସବୁଥିରେ ମୋଦୀଙ୍କୁ ଦେଖୁଛୁ ? କଣ ତାଙ୍କର ରାବଣ ପରି ୧୦୦ ମୁଣ୍ଡ ଅଛି କି ?

ମୁଁ ଦେଖିବାକୁ ପାଇଲି ଯେ, ମ୍ୟୁନିସିପାଲଟି ନିର୍ବାଚନରେ ବି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ବି ଭୋଟ୍ ମଗାଯାଉଥିଲା। କଣ ମୋଦୀ ଆସି ନଗର ନିଗମରେ କାମ କରିବେ ? କଣ ଆପଣଙ୍କ ଦରକାର ସମୟରେ ଆସି କି ସାହାଯ୍ୟ କରିବେ କି ? ଏମିତି ପ୍ରଶ୍ନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।

ଖଡଗେଙ୍କ ଏମିତି ମନ୍ତବ୍ୟ ଉପରେ ଜବାବ ଦେଇ ବିଜେପି ଆଇଟି ସେଲର ମୁଖ୍ୟ ଅମିତ୍ ମାଲଭିୟ କହିଛନ୍ତି, ଗୁଜରାଟ ନିର୍ବାଚନରେ ବିଫଳ ହେଉଥିବା କଂଗ୍ରେସ ଅନ୍ୟ ଆଡକୁ ଆଙ୍ଗୁଠି ଉଠାଉଛି। କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଶବ୍ଦ ଉପରୁ ନିୟନ୍ତ୍ରଣ ହରାଇଛନ୍ତି। ମୃତ୍ୟୁର ସୌଦାଗରରୁ ଏବେ ପ୍ରଧାନମନ୍ତ୍ରୀଙ୍କୁ ରାବଣ କହି ତାତ୍ସଲ୍ୟ କରୁଛନ୍ତି। ଏହି ପରି ଭାବେ କଂଗ୍ରେସ ଗୁଜରାଟ ଏବଂ ତାର ପୁଅକୁ ଅପମାନ କରୁଛି ବୋଲି ଅମିତ୍ ମାଲଭିୟ କହିଛନ୍ତି।

ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଖଡଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାବଣ  କହିବା ସମଗ୍ର ଦେଶ ପାଇଁ ଦୁଃଖର ବିଷୟ ଏବଂ ଏହା କଂଗ୍ରେସର ସଂକୀର୍ଣ୍ଣ ମନୋଭାବକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଗୌରବ ଏବଂ ସେ ପ୍ରତ୍ୟେକ ନାଗରିକଙ୍କ ବିକାଶ ପାଇଁ କାମ କରି ଚାଲିଛନ୍ତି।  ମଲ୍ଲିକାର୍ଜୁନଙ୍କ ଏମିତି ଶବ୍ଦରୁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଆଦର୍ଶ କେମିତି ତାହା ଜାଣି ପାରୁଥିବେ। କିଏ ନରେନ୍ଦ୍ର ମୋଦୀଙ୍କୁ ମୃତ୍ୟୁର ସୌଦାଗର କହିଛି ବୋଲି ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି।

   Related Posts