ଭାଦ୍ରବ ମାସର ପ୍ରଥମ ଶନିବାର ରାତିରେ କରନ୍ତୁ ଶନି ଦେବତାଙ୍କ ଜଡିତ ଏହି ଉପାୟ, ଦୂର ହୋଇଯିବ ଦୁର୍ଭାଗ୍ୟ !

Published By : Prameya-News7 Bureau | August 13, 2022 IST

ନୂଆଦିଲ୍ଲୀ ୧୩।୮: ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ । ଶନିବାର ଦିନ ଶନି ଦେବତାଙ୍କୁ ପୂଜା କରିବାର ବିଧାନ ରହିଛି । ଏହି ଦିନ ଯଦି ନିଷ୍ଠାର ସହ ଶନି ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଏ ତେବେ ଶନି ଦେବତା ପ୍ରସନ୍ନ ହୋଇ ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ କରିଥାନ୍ତି । ଶନି ଦେବତାଙ୍କୁ ନ୍ୟାୟର ଦେବତା ବୋଲି ମଧ୍ୟ ବିବେଚନା କରାଯାଏ । ଶନି ଦେବତା ବ୍ୟକ୍ତିଙ୍କ ଭଲ ଏବଂ ମନ୍ଦ କର୍ମର ହିସାବ ରଖଥାନ୍ତି ଏବଂ ସେହି ଅନୁସାରେ ଫଳ ପ୍ରଦାନ କରିଥାନ୍ତି ।

ଜ୍ୟୋତିଷ ଶାସ୍ତ୍ରରେ ଏଭଳି କିଛି ଉପାୟ ସମ୍ବନ୍ଧରେ କୁହାଯାଇଛି ଯାହାକୁ ରାତିରେ କରିବା ଦ୍ବାରା ଅଧିକ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏହି ଉପାୟ କରିବା ଦ୍ବାରା ବ୍ୟକ୍ତିଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ । ଶନି ଦେବତା ପ୍ରସନ୍ନ ହୋଇ ଅନେକ ଫଳ ପ୍ରଦାନ କରିଥାନ୍ତି । ତେବେ ରାତିରେ କରାଯାଉଥିବା ଏହି ଉପାୟ ବିଷୟରେ ଆସନ୍ତୁ ଜାଣିବା ।

wp:list
  • ଧାର୍ମିକ ଗ୍ରନ୍ଥ ଆଧାରରେ ଏହା କୁହାଯାଏ ଯେ ଧୂପ ଶନି ଦେବତାଙ୍କର ଅତ୍ୟନ୍ତ ପ୍ରିୟ । ତେଣୁ ଶନିବାର ରାତିରେ ଧୂପ ଜଳାଇବା ଦ୍ବାରା ଶନି ଦେବତା ପ୍ରସନ୍ନ ହୋଇଥାନ୍ତି । ଧୂପରେ ଲୁହା ରହିଥାଏ । ଏହାକୁ ଜଳାଇବା ଦ୍ବାରା ଏକ ବିଶେଷ ପ୍ରକାରର ସୁଗନ୍ଧ ଆସିଥାଏ । ଯାହା ଫଳରେ ଘରେ ଥିବା ନକାରତ୍ମକ ଉର୍ଜା ନଷ୍ଟ ହୋଇଥାଏ ।
  • ଶନିବାର ରାତିରେ ଶନି ମନ୍ଦିରକୁ ଯାଇ ଶନି ଦେବତାଙ୍କ ସମ୍ମୁଖରେ ସୋରିଷ ତେଲର ଦୀପ ଜାଳନ୍ତୁ । ଏହାସହ ଦୀପରେ କଳା ରାଶି ଜଣାଇବାକୁ ଭୁଲନ୍ତୁ ନାହିଁ ।
  • ବିଶ୍ବାସ ରହିଛି ଯେ ଶନିବାର ଦିନ କଳା କୁକୁରକୁ ସୋରିଷ ତେଲରେ ରୁଟି ଖାଇବାକୁ ଦେଲେ ଜାତକରେ ରହିଥିବା ରାହୁ-କେତୁ ଭଳି ଦୋଷରୁ ମୁକ୍ତି ମିଳିଥାଏ ।
  • ଭାଦ୍ରବ ମାସର ପ୍ରଥମ ଶନିବାର ରାତିରେ ବର ଗଛକୁ ଦୁଇ ହାତରେ ଛୁଅନ୍ତୁ ଏବଂ ସାତ ଥର ପରିକ୍ରମ କରି ଓଁ ଶଁ ଶନିଶ୍ଚରାୟ ନମଃ ମନ୍ତ୍ର ଜପ କରିବା ଦ୍ବାରା ଦୁର୍ଭାଗ୍ୟ ଦୂର ହୋଇଥାଏ ।
  • ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ସନ୍ଧ୍ୟାରେ ବର ଗଛ ତଳେ ଚୌମୁଖୀ ଦୀପ ଜାଳିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ବାସ କରାଯାଏ । ଏହା କରିବା ଦ୍ବାରା ଘରେ ଧନ, ଯଶ ଏବଂ ବୈଭବର ଅଭାବ ରହେନାହିଁ ଏବଂ ଭଲ ଦିନ ଆରମ୍ଭ ହୋଇଥାଏ ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.