ବୈଶାଖ ପୂର୍ଣ୍ଣିମାରେ କରନ୍ତୁ ଏହି ସବୁ କାର୍ଯ୍ୟ : ପୁଣ୍ୟ ପ୍ରାପ୍ତି ହେବା ସହ ହୋଇଯିବେ ଧନୀ

Published By : Prameya-News7 Bureau | May 07, 2020 IST

ମେ ୭ତାରିଖରେ, ବୈଶାଖ ପୂର୍ଣ୍ଣିମା ତିଥିରେ ବୈଶାଖ ପୂର୍ଣ୍ଣିମା ପାଳନ କରାଯାଏ। ଧାର୍ମିକ ବିଶ୍ବାସ ଅନୁସାରେ,ପୂର୍ଣ୍ଣିମାକୁ ଅତ୍ୟନ୍ତ ଶୁଭଦାୟକ ବୋଲି କୁହାଯାଇଥାଏ। ଯାହା ଏଥର ଗୁରୁବାର ପଡ଼ିଛି। ଏହା ସହିତ ଏହାକୁ ବୁଦ୍ଧ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଯାଏ। ଶାସ୍ତ୍ର ଅନୁସାରେ ଏହି ଦିନ କରାଯାଉଥିବା ଏପରି ବହୁତ କାର୍ଯ୍ୟ ଯାହା କରିବା ଦ୍ବାରା କେବଳ ଲାଭ ପ୍ରାପ୍ତି ହୋଇନଥାଏ ବରଂ ଦେବୀ ଦେବତାଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ। କିନ୍ତୁ ବହୁତ ଲୋକ ଏକଥା ଜାଣିନଥାନ୍ତି ଯେ ଏହି ଦିନ କେଉଁ କେଉଁ କାର୍ଯ୍ୟ କରିବା ଉଚିତ୍। ତେବେ ଆସନ୍ତୁ ଜାଣିବା ବୈଶାଖ ପୂର୍ଣ୍ଣିମା ଦିନ କେଉଁ କାମ ଆପଣଙ୍କୁ ପାପରୁ ମୁକ୍ତି ପ୍ରଦାନ କରିବା ସହ ଧନୀ କରିଥାଏ।

ସର୍ବପ୍ରଥମେ ଏହି ଦିନ ଗଣେଶଙ୍କୁ ପୂଜା କରିବା ଉଚିତ୍ । କୌଣସି ପ୍ରକାରର ଶୁଭ କାର୍ଯ୍ୟ କରିବା ପୂର୍ବରୁ ଗଣେଶଙ୍କ ବନ୍ଦନା କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ବୈଶାଖ ପୂର୍ଣ୍ଣିମାର ପବିତ୍ର ଦିନରେ ଗଣେଶଙ୍କ ପୂଜା କରିବା ପରେ ତାଙ୍କୁ ମିଷ୍ଟାନ୍ନ ଭୋଗ କରିବା ଉଚିତ୍। ସମ୍ଭବ ହେଲେ ତାଙ୍କ ପ୍ରିୟ ଭୋଗ ଲଗାଇ ପାରିବେ ଏହା ଦ୍ବାରା ଆପଣଙ୍କୁ ତାଙ୍କ କୃପା ପ୍ରାପ୍ତ ହେବା ସହ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହେବ।

ଭଗବାନ ବିଷ୍ଣୁଙ୍କର ବୈଶାଖ ମାସ ପ୍ରିୟ ହୋଇଥିବାରୁ ଏହି ଦିନ ପୂଜା କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପବିତ୍ର ଦିନରେ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ବାରା ସମସ୍ତ ପ୍ରକାରର ମନୋସ୍କାମନା ଶୀଘ୍ର ପୂରଣ ହୋଇଥାଏ।

ପୂର୍ଣ୍ଣିମାର ପବିତ୍ର ଦିନରେ ସ୍ନାନ କରିବାର ବିଶେଷ ମହତ୍ତ୍ବ ରହିଥାଏ,କିନ୍ତୁ ଏବେ ଦେଶବ୍ୟାପି ଲକଡାଉନ୍ ଚାଲିଥିବାରୁ ଏପରି କରିବା ଅସମ୍ଭବ। ଏଥିପାଇଁ ଏହି ଦିନ ନିଜ ପାପ ନାଶ କରିବା ପାଇଁ ଗାଧୋଇବା ପାଣିରେ ଅଳ୍ପ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ। ଯଦି ଆପଣଙ୍କ ଘରେ ଗଙ୍ଗାଜଳ ନାହିଁ ତେବେ ପବିତ୍ର ନଦୀକୁ ସ୍ମରଣ କରି ସାଧାରଣ ଜଳରେ ସ୍ନାନ କରି ନିଅନ୍ତୁ।

ଧାର୍ମିକ ବିଶ୍ବାସ ଅନୁସାରେ ଦାନ କରିବା ପାଇଁ ସବୁ ଦିନ ଶୁଭ ହୋଇଥାଏ କିନ୍ତୁ ପୂର୍ଣ୍ଣିମା ଦିନ ଦାନ କରିବାର ବିଶେଷ ମହତ୍ତ୍ବ ରହିଥାଏ। କୁହାଯାଏ ଏହି ଦିନ ଦାନ କରିବା ଦ୍ବାରା ଅଧିକ ଫଳ ପ୍ରାପ୍ତି ହୋଇଥାଏ। ଏଥିପାଇଁ ନିଜ କ୍ଷମତା ଅନୁସାରେ ଏହି ଦିନ ଦାନ କରିବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ।

ବୈଶାଖ ପୂର୍ଣ୍ଣିମାରେ ସାତ୍ତ୍ବିକ ଆହାର ସେବନ କରନ୍ତୁ। ଯଦି ସମ୍ଭବ ତେବେ ଏହି ଦିନ ବ୍ରତ ନିଶ୍ଚିତଭାବେ କରନ୍ତୁ କାରର ଏହା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.