ସର୍ବ ପିତୃ ଅମାବାସ୍ୟାରେ କରନ୍ତୁ ଏହି ସବୁ କାମ : ମିଳିବ ଶୁଭ ଫଳ

Published By : Prameya-News7 Bureau | September 17, 2020 IST

ଏବର୍ଷ ପିତୃପକ୍ଷର ଆଜି ଶେଷ ଦିନ। ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଅମାବାସ୍ୟା,ଦର୍ଶ ଅମାବାସ୍ୟା ତଥା ସର୍ବପିତୃ ଅମାବାସ୍ୟା ନାମରେ ମଧ୍ୟ ଜଣାଯାଇଥାଏ। ଏମିତିରେ ବି ସନାତନ ଧର୍ମରେ ପ୍ରତ୍ୟେକ ମାସରେ ଆସୁଥିବା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଥାଏ କିନ୍ତୁ ପିତୃପକ୍ଷର ଅମାବାସ୍ୟାକୁ ଅଧିକ ବିଶେଷ ଏଥିପାଇଁ କୁହାଯାଏ କାରଣ ଏହା ପିତୃପକ୍ଷରେ ପଡ଼ିଥାଏ। ଧାର୍ମିକ ଶାସ୍ତ୍ର ଅନୁସାରେ ଏହି ସମୟରେ ମୁଖ୍ୟ ଭାବରେ ପିତୃପୁରୁଷଙ୍କ ପିଣ୍ଡଦାନ ଏବଂ ଶ୍ରାଦ୍ଧ ଭଳି କାର୍ଯ୍ୟ କରାଯାଇଥାଏ। ଅମାବାସ୍ୟା ତିଥିକୁ ତ ବି​ଶେଷଭାବେ ଶ୍ରାଦ୍ଧ ଭଳି କାର୍ଯ୍ୟ ପାଇଁ ଜଣାଯାଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ଶ୍ରାଦ୍ଧ,ପିତୃ ପୁରୁଷ ତର୍ପଣ ବ୍ୟତୀତ ଏପରି କିଛି କାର୍ଯ୍ୟ ରହିଥାଏ ଯେଉଁଗୁଡ଼ିକ ଏହି ଦିନ କରିବା ଅଧିକ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ପିତୃ ପୁରୁଷ ଅମାବାସ୍ୟା​‌ ତିଥି ଦିନ ପିତୃ ପୁରୁଷ ଏବଂ ସମସ୍ତ ଦେବୀ-ଦେବତାଙ୍କ କୃପା ପାଇବା ପାଇଁ କେଉଁ ଉପାୟ କରିବା ଉଚିତ୍।

ଏହି ଅମାବାସ୍ୟ ତିଥିରେ ସେମାନଙ୍କ ଶ୍ରାଦ୍ଧ କିମ୍ବା ପିତୃ ପୁରୁଷଙ୍କ ତର୍ପଣ କରାଯାଇଥାଏ ଯାହାର ମୃତ୍ୟୁ ତିଥି ବିଷୟରେ ଜଣା ନଥାଏ କିମ୍ବା କୌଣସି କାରଣ ବଶତଃ ଠିକ୍ ତିଥିରେ ସେମାନଙ୍କ ଶ୍ରାଦ୍ଧ ନ କରିପାରିଥିଲେ ଏପରି କରାଯାଇଥାଏ।

ଏହି ଦିନ ପ୍ରାତଃ ସ୍ନାନ ଆଦି କରିବା ପରେ ଏକ ଷ୍ଟିଲ୍ ଲୋଟାରେ ଗଙ୍ଗା ଜଳ ତଥା କଳା ରାଶି ପକାଇ ‘ଓଁ ସର୍ବପିତୃ ଦେବାୟ ନମଃ’ ମନ୍ତ୍ର ୩ଥର ଉଚ୍ଚାରଣ କରି ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଜଳ ଅର୍ପଣ କରନ୍ତୁ।

ଲୋକ ପ୍ରଚଳିତ ପ୍ରଥା ଅନୁସାରେ ବର୍ଷରେ ପଡ଼ୁଥିବା ସୋମବତୀ ଅମାବାସ୍ୟା,ଭୌମବତୀ ଅମାବାସ୍ୟା ଏବଂ ଶନିଶ୍ଚର ଅମାବାସ୍ୟା ଦିନ ସକାଳେ ପୁରୀ,କ୍ଷୀରି,ଆଳୁ ତରକାରୀ,ବେସନ ଲଡ଼ୁ,କଦଳୀ ଏବଂ ଦକ୍ଷିଣା ସହ ଧଳା ରଙ୍ଗର ବସ୍ତ୍ର ବ୍ରାହ୍ମଣଙ୍କୁ ଦାନ ଭାବେ ଦେବା ଉଚିତ୍। କୁହାଯାଏ ଯେ ଏହା ଦ୍ବାରା ପିତୃ ପୁରୁଷ ଅଧିକ ପ୍ରସନ୍ନ ହୋଇଥାନ୍ତି। ଯାହା ଦ୍ବାରା ପରିଣାମ ସ୍ବରୂପ ଜୀବନର ସମସ୍ତ ଦୋଷ ଦୂର ହୋଇଥାଏ।

ଅମାବାସ୍ୟା ତିଥିର ସମ୍ବନ୍ଧ ଚନ୍ଦ୍ର ସହ ଜଡ଼ିତ ଏବଂ ଚନ୍ଦ୍ର ଭଗବାନ ଶିବଙ୍କ ମସ୍ତକରେ ବିରାଜମାନ। ଏପରି କ୍ଷେତ୍ରରେ ଏହି ଦିନ ୨ଜଣଙ୍କ କୃପା ପାଇବା ଅଧିକ ଆବଶ୍ୟକ ହୋଇଥାଏ। କୁହାଯାଏ ଯେ ଅମାବାସ୍ୟା ତିଥି​‌ରେ ଭଗବାନ ଶିବଙ୍କ ପୂଜା ୨୧ଟି ଅରଖ ଫୁଲ,ଲସି,ବେଲପତ୍ର ସହ ବିଧି ସହକାରେ କରିବା ଦ୍ବାରା ପିତୃ ପୁରୁଷ ପ୍ରସନ୍ନ ହୋଇଥାନ୍ତି ଏବଂ ଏହା ସହ ଭଗବାନ ଶିବଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ। ଯଦି ସମ୍ଭବ ତେବେ କୌଣସି ଗରିବ ଝିଅଙ୍କ ବିବାହରେ ନିଜ କ୍ଷମତା ଅନୁସାରେ ସାହାଯ୍ୟ କରନ୍ତୁ। ଏହା ଦ୍ବାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ପ୍ରତ୍ୟେକ ମାସରେ ପଡ଼ୁଥିବା ଅମାବାସ୍ୟା ତିଥି ଦିନ ଓସ୍ତ ଗଛରେ ଲସି,ଗଙ୍ଗାଜଳ,କଳା ରାଶି ଅର୍ପଣ କରି ୩ଥର ‘ଓଁ ପିତୃଭ୍ୟ ନମଃ’ ମନ୍ତ୍ର ଜପ କରନ୍ତୁ। ଏପରି କରିବା ଦ୍ବାରା ପିତୃ ପୁରୁଷଙ୍କୁ ଶାନ୍ତି ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.