କାର୍ତ୍ତିକ ମାସରେ ନିଶ୍ଚୟ କରନ୍ତୁ ଏସବୁ କାମ : ପାଇବେ ପୁଣ୍ୟ ଏବଂ ହେବେ ଅଜସ୍ର ଧନସମ୍ପତ୍ତିର ଅଧିକାରୀ
6/11/2020 at 5:20 PM

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଏକ ପବିତ୍ର ମାସ ବୋଲି କୁହାଯାଏ। ପୌରାଣିକ ଏବଂ ପ୍ରାଚୀନ ଗ୍ରନ୍ଥରେ କାର୍ତ୍ତିକ ମାସରେ ବ୍ରତ ଏବଂ ତପର ବିଶେଷ ମହତ୍ତ୍ବ କୁହାଯାଇଛି। ବିଶ୍ବାସ ରହିଛି ଯେ ଯେଉଁ ବ୍ୟକ୍ତିମାନେ କାର୍ତ୍ତିକ ମାସରେ ବ୍ରତ,ତପସ୍ୟା କରିଥାନ୍ତି ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। କାର୍ତ୍ତିକ ମାସରୁ ଦେବ ତତ୍ତ୍ବ ମଧ୍ୟ ମଜବୁତ ହୋଇଥାଏ। କାର୍ତ୍ତିକ ମାସ ନଭେମ୍ବର ୩୦ତାରିଖ ଯାଏଁ ରହିବ।

କାର୍ତ୍ତିକ ମାସର ଧନ ସହ ସମ୍ବନ୍ଧ : କାର୍ତ୍ତିକ ମାସ ବିଷ୍ଣୁ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ। ଏମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଉଠିଥାନ୍ତି ଏବଂ ସୃଷ୍ଟିରେ ଆନନ୍ଦ ଏବଂ କୃପା ବର୍ଷା ହୋଇଥାଏ। ଏମାସରେ ମା ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଭ୍ରମଣ କରିଥାନ୍ତି ଏବଂ ଭକ୍ତଙ୍କୁ ଅପାର ଧନ ଦେଇଥାନ୍ତି। ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏ ମାସରେ ଧନ ତ୍ରୟୋଦଶୀ,ଦୀପାବଳି ଏବଂ ଗୋପାଷ୍ଟମୀ ପାଳନ କରାଯାଇଥାଏ। ଏମାସରେ ବିଶେଷ ପୂଜା କରିବା ଦ୍ବାରା ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ।

ପୁରାଣରେ କାର୍ତ୍ତିକ ମାସ ପାଇଁ ୭ଟି ନିୟମ ବନା ଯାଇଛି। କୁହାଯାଇଥାଏ ଯେ ଏହି ପୁଣ୍ୟ ମାସରେ ଯେଉଁ ବ୍ୟକ୍ତିମାନେ ଏହି ନିୟମଗୁଡ଼ିକୁ ଅତ୍ୟନ୍ତ ଶ୍ରଦ୍ଧାର ସହ ପାଳନ କରିଥାନ୍ତି ସେମାନଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ ସେମାନଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ଏହି ନିୟମଗୁଡ଼ିକ ବିଷୟରେ

୧. ଦୀପଦାନ : ଶାସ୍ତ୍ରରେ କାର୍ତ୍ତିକ ମାସରେ ସବୁଠୁ ପ୍ରମୁଖ କାମ ଦୀପଦାନ କରିବା କୁହାଯାଇଛି। ଏମାସରେ ନଦୀ,ପୋଖରୀ ଏବଂ ଘରର ଏକ କୋଣରେ ଦୀପ ଜଳାଯାଇଥାଏ। ଏମାସରେ ଦୀପଦାନ ଏବଂ ଦାନ କରିବା ଦ୍ବାରା ଅକ୍ଷୟ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

୨. ତୁଳସୀ ପୂଜା : କାର୍ତ୍ତିକ ମାସରେ ତୁଳସୀ ପୂଜା,ରୋପଣ ଏବଂ ସେବନ କରିବାର ବିଶେଷ ମହତ୍ତ୍ବ କୁହାଯାଇଛି। କାର୍ତ୍ତିକ ମାସରେ ତୁଳସୀ ପୂଜାର ମହତ୍ତ୍ବ ଅନେକ ଗୁଣ ବଢ଼ିଯାଇଛି। କୁହାଯାଏ ଯେ ଏ ମାସରେ ତୁଳସୀ ପୂଜା କରିବା ଦ୍ବାରା ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

୩. ଭୂମିରେ ଶୋଇବା : କାର୍ତ୍ତିକ ମାସରେ ଭୂମିରେ ଶୋଇବା ଏକ ପ୍ରମୁଖ ନିୟମ ବୋଲି କୁହାଯାଇଛି। ଭୂମିରେ ଶୋଇବା ଦ୍ବାରା ମନରେ ସାତ୍ତ୍ବିକତା ଭାବ ଆସିଥାଏ ଏବଂ ଅନ୍ୟ ରୋଗ ମଧ୍ୟ ସମାପ୍ତ ହୋଇଯାଇଥାଏ।

୪. ତେଲ ଲଗାଇବା ବର୍ଜନୀୟ : କାର୍ତ୍ତିକ ମାସରେ ଶରୀରରେ ତେଲ ଲଗାଇବା ଅନୁଚିତ୍। କାର୍ତ୍ତିକ ମାସରେ କେବଳ ଥରେ ନରକ ଚତୁର୍ଦ୍ଦଶୀ ଦିନ ଶରୀରରେ ତେଲ ଲଗାଇବା ଉଚିତ୍।

୫. ଡାଲି ଖାଇବା ନିଷେଧ : କାର୍ତ୍ତିକ ମାସରେ ହରଡ଼,ମୁଗ,ମସୁର,ଚଣା,ମଟର,ରାଇ ଖାଇବାକୁ ବାରଣ କରାଯାଇଥାଏ। ଏହା ବ୍ୟତୀତ ଏମାସରେ ଦ୍ବିପ୍ରହରରେ ଶୋଇବାକୁ ମଧ୍ୟ ମନା କରାଯାଇଥାଏ।

୬.ବ୍ରହ୍ମଚର୍ଯ୍ୟ ପାଳନ : କାର୍ତ୍ତିକ ମାସରେ ବ୍ରହ୍ମଚର୍ଯ୍ୟ ପାଳନ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଯେଉଁମାନେ ଏହାର ପାଳନ କରିନଥାନ୍ତି ସେମାନଙ୍କୁ ଦୋଷ ଲାଗିଥାଏ ଏବଂ ଏହାର ଅଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ।

୭. ସଂଯମ ରଖନ୍ତୁ : କାର୍ତ୍ତିକ ମାସର ବ୍ରତ କରୁଥିବା ବ୍ୟକ୍ତିଙ୍କୁ ସାଧୁଙ୍କୁ ସମ୍ମାନ କରିବା ଉଚିତ୍। ଏମାସରେ କମ୍ କୁହନ୍ତୁ,କାହାର ନିନ୍ଦା କିମ୍ବା କାହା ସହ ଝଗଡ଼ା କରନ୍ତୁ ନାହିଁ, କ୍ରୋଧିତ ହୁଅନ୍ତୁ ନାହିଁ ଏବଂ ନିଜ ମନ ଉପରେ ସଂଯମ ରଖନ୍ତୁ।