ଏସିଡିଟି ଓ ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ଆପଣାନ୍ତୁ ଏହି ସହଜ ଉପାୟ

Published By : Prameya-News7 Bureau | December 24, 2019 IST

ନୂଆଦିଲ୍ଲୀ୨୪/୧୨: ସାଧାରଣତଃ ବ୍ୟସ୍ତ ବହୁଳ ଜୀବନରେ ଆମେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ନ ଥାଆନ୍ତି। ଠିକ୍‌ ସମୟରେ  ଖାଦ୍ୟ ଓ ପାନୀୟ ଗ୍ରହଣ ନ କରିବାରୁ ପେଟରେ ସମସ୍ୟା ଦେଖା ଦେଇଥାଏ।  ଅଧିକାଂଶ ଲୋକ ଏସିଡିଟି ଭଳି ପେଟ ରୋଗରେ ଶିକାର ହୋଇଥାଆନ୍ତି। ପେଟରେ ଏସିଡିଟି ହେବା ଯୋଗୁଁ ବହୁ ଯନ୍ତ୍ରଣା ହୋଇଥାଏ। ମସଲାଯୁକ୍ତ ଖାଦ୍ୟ ଖାଇବା, ଖାଲି ପେଟରେ ଚାହା ପିଇବା ଓ ଖାଦ୍ୟପେୟର ଅନିୟମିତତା ଏସବୁ ଏସିଡିଟି ରୋଗର ମୁଖ୍ୟ କାରଣ।  ଅଧିକ ମଦ୍ୟପାନ କଲେ ଏସିଡିଟି ସହ ଅନ୍ୟନ୍ୟ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ଏସିଡିଟି ରୋଗରୁ କିପରି ମୁକ୍ତି ପାଇବେ ଆସନ୍ତୁ ଏ ସଂପର୍କରେ ଜାଣିବା।

{"id":202052,"sizeSlug":"large"}

୧- ପ୍ରଥମତଃ ଏସିଡିଟି ରୋଗୀ କେବେ ଖାଲି ପେଟରେ ରହିବା ଉଚିତ୍‌ ନୁହେଁ । ସକାଳୁ ବ୍ରେକ ଫାଷ୍ଟ ବା ଜଳିଖିଆରେ ସେଓ ଖାଆନ୍ତୁ। ଯାହା ଦିନ ସାରା ଆପଣଙ୍କ ଶରୀରକୁ ସୁସ୍ଥ ଓ ସତେଜ ରଖିବ। ପ୍ରତିଦିନ ସକାଳୁ ଗୋଟିଏ କିମ୍ବା ଦୁଇଟା ସେଓ ବ୍ରେକଫାଷ୍ଟରେ ଖାଇବା ଦ୍ବାରା ୪/୫ ଦିନରେ ଆପଣଙ୍କୁ ଏହାର ସୁଫଳ ମିଳିବ।

{"id":202053,"width":580,"height":434,"sizeSlug":"large"}

୨- ଏସିଡିଟି ରୋଗୀଙ୍କ ଲାଗି ଆଉ ଏକ ଚିକିତ୍ସା ରହିଛି। ଗରମ ପାଣିରେ ପୁଦୀନା ପତ୍ର ମିଶାଇ ଦିଅନ୍ତୁ। ପୁଦୀନା ପତ୍ର ମିଶା ଗରମ ପାଣି ଥଣ୍ଡା ହେବା ପରେ ଢୋକେ ଢୋକେ କରି ପିଅନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଫାଇଦା ଦେବ।

{"id":202054,"width":573,"height":353,"sizeSlug":"large"}

୩-  ଏଭଳି ଏକ ଜିନିଷ ଅଛି ଯାହା ଏସିଡିଟି ଭଳି ପେଟ ଯନ୍ତ୍ରଣା ରୋଗ ଦୂର କରି ଦେଇଥାଏ। ‌ଗୋଲ ମରିଚ ଓ କଳା ଲୁଣ ବା ବିଟ୍‌ ଲୁଣ ସାଙ୍ଗରେ ମୂଳା ଖାଆନ୍ତୁ । ଏହିଭଳି ୫/୭ ଦିନ ଖାଇବା ପରେ ଆପଣ ଏହାର ସୁଫଳ ପାଇବେ।

{"id":202055,"sizeSlug":"large"}

ବିଶେଷ ଦ୍ରଷ୍ଟବ୍ୟ: ଯଦି ଏପରି କରିବା ଦ୍ବାରା ଆପଣଙ୍କ ଏସିଡିଟି ରୋଗ ଭଲ ହେଉ ନାହିଁ ତେବେ ଗ୍ୟାଷ୍ଟ୍ରୋଲୋଜି ଡାକ୍ତରଙ୍କୁ ପାଖରୁ ପରାମର୍ଶ ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.