ଜାଣନ୍ତୁ ଓସ୍କାର ଆଓ୍ବାର୍ଡର ଜଣା ଅଜଣା କଥା, ଭାରତକୁ କିଏ ଦେଇଥିଲେ ପ୍ରଥମ ଓସ୍କାର…
13/03/2023 at 9:06 AM

ମୁମ୍ବାଇ ୧୩।୦୩; ଏଣ୍ଟରଟେନମେଣ୍ଟ ଦୁନିଆର ସବୁଠାରୁ ବଡ ଆଓ୍ବାର୍ଡ ଓସ୍କାର । ଏହି ଆଓ୍ବାର୍ଡକୁ ପାଇବା ସବୁ କଳାକାରଙ୍କ ସ୍ବପ୍ନ । ଆସନ୍ତୁ ଜାଣିବା ଓସ୍କାର ବିଷୟରେ କିଛି ଜଣାଅଜଣା କଥା । ମେ ୧୬,୧୯୨୯ରେ ରୁଜଭେଲ୍ଟ ହୋଟେଲରୁ ଆରମ୍ଭ ହୋଇଥିଲା ଓସ୍କାର ଆଓ୍ବାର୍ଡ । ପ୍ରଥମେ ଏହି ଆଓ୍ବାର୍ଡରେ ଯୋଗ ଦେଇଥିଲେ ୨୭୦ ଲୋକ ।

ଜାଣିଛନ୍ତି କି ସବୁଠାରୁ ଅଧିକ ଓସ୍କାର ଜିତିଥିବା ଫିଲ୍ମ କେତେ ରହିଛି । ଏହି ତାଲିକାରେ ୩ଟି ଫିଲ୍ମ ରହିଛି, ଯିଏକି ହାତେଇଛନ୍ତି ୧୧ ଥର ଲେଖାଏଁ ଓସ୍କାର । ସେହିପରି ବେଷ୍ଟ ଫିଲ୍ମ ଭାବେ ପ୍ରଥମ ଓସ୍କାର ଆଓ୍ବାର୍ଡ ଜିତିଥିଲା ଏକ ସାଇଲେଣ୍ଟ ଫିଲ୍ମ ‘ୱିଙ୍ଗସ୍’ ।

ତେବେ ଭାରତ କଥା କହିବାକୁ ଗଲେ, ଦେଶକୁ ପ୍ରଥମ ଓସ୍କାର ଦେଇଥିଲେ ଭାନୁ ଅଥାୟା । ୧୯୮୨ ମସିହାରେ ଫିଲ୍ମ ‘ଗାନ୍ଧୀ’ରେ କଷ୍ଟ୍ୟୁମ୍ ଡିଜାଇନ୍ ପାଇଁ ଭାନୁଙ୍କୁ ପ୍ରଦାନ କରାଯାଇଥିଲା ଓସ୍କାର । ସେହିପରି ଭାରତର ପ୍ରଥମ ଓସ୍କାର ଉପସ୍ଥାପିକା ହେଉଛନ୍ତି ପର୍ସିସ୍ ଖମ୍ବଟା । ଯିଏକି ୧୯୮୦ରେ ଓସ୍କାରରେ ଉପସ୍ଥାପିକା ଭାବେ କାର୍ଯ୍ୟ କରିଥିଲେ । ଅନ୍ୟପଟେ ସାଉଥ ସୁପରଷ୍ଟାର ସୁରିଆ ହେଉଛନ୍ତି ପ୍ରଥମ ତାମିଲ ଅଭିନେତା, ଯିଏକି ଓସ୍କାର କମିଟିରେ ସାମିଲ ହୋଇଛନ୍ତି । ଏହାକୁ ଦେଖି ଜଣାପଡୁଛି କି ସାଉଥ୍ ଇଣ୍ଡଷ୍ଟ୍ରି ଏବେ ଦ୍ରୁତଗତିରେ ଆଗକୁ ବଢୁଛି ।

କହିରଖୁଛୁ କି ସବୁଠାରୁ ଅଧିକ ଆଓ୍ବାର୍ଡ ଜିତିଥିବା ଫିଲ୍ମର ନାଁ ହେଉଛି ‘ଟାଇଟେନିକ୍’ । ଟାଇଟନିକ୍ ମୋଟ ୧୧ଟି ଓସ୍କାର ଆଓ୍ବାର୍ଡ ହାତେଇଛି । ଫିଲ୍ମ ‘ଟାଇଟେନିକ୍’ ବ୍ୟତୀତ ‘ଲର୍ଡ ଅଫ୍ ଦି ରିଙ୍ଗ୍’ ମଧ୍ୟ ୧୧ଟି ଓସ୍କାର ଆଓ୍ବାର୍ଡ ନିଜ ନାଁରେ କରିଛି । ଯାହା ଆଜିଯାଏଁ ସବୁଠାରୁ ଅଧିକ ଆଓ୍ବାର୍ଡ ହାତେଇଥିବା ଫିଲ୍ମରେ ସାମିଲ ହୋଇଛି । ୧୯୫୯ରେ ଆସିଥିବା ଫିଲ୍ମ ‘ବେନ୍-ହୁର’ ମଧ୍ୟ ୧୧ଟି ଓସ୍କାର ଆଓ୍ବାର୍ଡ ଜିତିଛି । ଏହି ୩ଟି ହେଉଛି ସବୁଠାରୁ ଅଧିକ ଓସ୍କାର ପାଇଥିବା ଫିଲ୍ମ ।

ଯଦି ବେଷ୍ଟ ପିକ୍ଚର କାଟୋଗୋରୀ ଆଓ୍ବାର୍ଡ ବିଷୟରେ କହିବା ତେବେ ୧୯୨୭ରେ ଆସିଥିବା ଆମେରିକୀୟ ସାଇଲେଣ୍ଟ ଫିଲ୍ମ ‘ୱିଙ୍ଗସ୍’ ହେଉଛି ଓସ୍କାର ହାତେଇଥିବା ପ୍ରଥମ ଫିଲ୍ମ ।