Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘରର ପଶ୍ଚିମ ଦିଗରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ, ପଡିପାରେ ନକାରାତ୍ମକ ପ୍ରଭାବ

7/09/2023 at 3:19 PM

ମୁମ୍ଵାଇ ୦୭।୦୯: ପ୍ରତିଟି ଲୋକ ଘର ଭିତରେ  ସକାରାତ୍ମକ ପରିବେଶ ଚାହିଁଥାନ୍ତି ।  ଏଥିପାଇଁ ବାସ୍ତୁ ପ୍ରତି ବିଶେଷ ଧ୍ୟାନ ଦେବାକୁ  ପଡିଥାଏ । ଘର ଭିତରେ ସକାରାତ୍ମକ  ପରିବେଶ ବଜାୟ ରଖିବା ପାଇଁ ଦିଗ  ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ ।  ପ୍ରତ୍ୟେକ ଦିଗର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି ।  ଦିଗର ମହତ୍ତ୍ୱ ଜାଣିବା ପରେ ହିଁ ଆମେ  ଘରକୁ ବାସ୍ତୁ ଅନୁସାରେ ସଜାଡ଼ିବା ଉଚିତ୍‌  ହେବ । ଫଳରେ ଘର ଭିତରେ ସକାରାତ୍ମକ  ଚିନ୍ତାଧାରା ବଢିବା ସହ ନକାରାତ୍ମକ ଶକ୍ତି  କମ୍‌ କରିପାରିବେ । ଚାଲନ୍ତୁ ଜାଣିବା  ବିଶେଷକରି ପଶ୍ଚିମ ଦିଗ ବିଷୟରେ । ଏହି  ଦିଗର ସ୍ୱାମୀ ବରୁଣ ଦେବ । ତାଙ୍କ ସହ  ଶନିଙ୍କ ପ୍ରଭାବ ମଧ୍ୟ ରହିଥାଏ ଏହି ଦିଗ  ଉପରେ । ଚାଲନ୍ତୁ ଦେଖିବା ପଶ୍ଚିମ ଦିଗରେ  କ’ଣ ନ ରଖିବା ଦରକାର ।  ­

ରଖନ୍ତୁନି ଆକ୍ୱାରିୟମ୍‌: ପଶ୍ଚିମ ଦିଗରେ  ଏପରି କୌଣସି ଜିନିଷ ରଖନ୍ତୁନି,  ଯେଉଁଥିରେ ପାଣି ସାମିଲ୍‌ ରହିଥିବ ।  ଏହି ଦିଗରେ ଆକ୍ୱାରିୟମ୍‌ ବା  ଫାଉଣ୍ଟେନ୍‌ ରଖିବା ଉଚିତ୍‌ ନୁହେଁ ।  ନଚେତ୍‌ ଘର ଭିତରେ ନକାରାତ୍ମକ  ଉର୍ଜ୍ଜା ବଢିଥାଏ ।  ­

ଭଗବାନଙ୍କ ଫଟୋ ରଖନ୍ତୁନି: ପଶ୍ଚିମ  ଦିଗରେ କୌଣସି ଭଗବାନଙ୍କ ଫଟୋ  ବା ତାଙ୍କ ସମ୍ବନ୍ଧୀୟ ଜିନିଷ ରଖିବା  ଅନୁଚିତ୍‌ । ପୂଜା ପାଇଁ ରଖାଯାଉଥିବା  ଭଗବାନଙ୍କ ଫଟୋ ସବୁବେଳେ ପୂଜା  ଘରେ ପୂର୍ବ ଆଡକୁ ମୁହଁ କରି ରଖିବା  ଉଚିତ୍‌ ।  ­

ତୁଳସୀ ରଖାଯାଏନା: ପ୍ରାୟ ଲୋକ  ନିଜ ଘରେ ଭିନ୍ନ ଭିନ୍ନ ପ୍ରକାରର  ଗଛ ଲଗାଇବାକୁ ଭଲ ପାଇଥାନ୍ତି ।  କିନ୍ତୁ ପଶ୍ଚିମ ଦିଗରେ କେବେ ବି  ତୁଳସୀ ଗଛ ରଖିବା ଅନୁଚିତ୍‌ । ବାସ୍ତୁ  ଅନୁସାରେ ତୁଳସୀ ଗଛ ସର୍ବଦା ପୂର୍ବ  ଦିଗ ଆଡ଼କୁ ରଖିବା ଦରକାର ।  ­

ବଡ଼ ଝରକା ରଖନ୍ତୁନି: ଘରକୁ  ବାୟୁ ଚଳାଚଳ କରିବା ପାଇଁ ବଡ଼  ବଡ଼ ଝରକା ରଖିବା ଉଚିତ୍‌, କିନ୍ତୁ  ପଶ୍ଚିମ ଦିଗରେ ଝରକା ବା କବାଟ  ରଖିବା ଅନୁଚିତ୍‌ । ଯଦି ବଡ଼ ଝରକା  ରହିଥାଏ, ତେବେ ଏହାକୁ ପରଦା  ଦେଇ ବନ୍ଦ କରିଦିଅନ୍ତୁ ।  ­ କରନ୍ତୁନି

ପିଲାଙ୍କ ପଢାଘର: ଆଜିକାଲି  ସମସ୍ତଙ୍କ ଘରେ ପିଲାଙ୍କ ପଢିବା ପାଇଁ  ଗୋଟିଏ ଲେଖାଁଏ ପଢା ଘର ରହୁଛି ।  ତେବେ ଏହି ପଢା ଘରକୁ ମଧ୍ୟ ପଶ୍ଚିମ  ଦିଗରେ ରଖିବା ଅନୁଚିତ୍‌ । ପଢା ଘର  ସବୁବେଳେ ପୂର୍ବ ଦିଗରେ କରନ୍ତୁ,  ଯାହା ପିଲାଙ୍କ ପାଇଁ ତଥା ଘର ପାଇଁ  ଭଲ ହୋଇଥାଏ ।

   Related Posts