ନୂଆଦିଲ୍ଲୀ ୦୧।୧୨: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତରେ ଜାରି କୃଷକ ଆନ୍ଦୋଳନକୁ ନେଇ ଟିପ୍ପଣୀ କରିଛନ୍ତି। ଏହା ଉପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କଡା ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ ଟ୍ରୁଡୋଙ୍କୁ ଉପଦେଶ ଦେଇଛି ଯେ, ସେ ଭାରତର ଆଭ୍ୟନ୍ତରୀଣ ମାମଲାରେ ଦଖଲ ଦେବାକୁ ଉଦ୍ୟମ କରନ୍ତୁ ନାହିଁ। ଏହି ମାମଲାକୁ ନେଇ ଦେଶର ରାଜନୈତିକ ମହଲରେ ମଧ୍ୟ କଡା ପ୍ରତିକ୍ରିୟା ଆସିବାରେ ଲାଗିଛି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଟ୍ରୁଡୋଙ୍କ ଟିପ୍ପଣୀକୁ ନେଇ ପ୍ରଶ୍ନ ଉପରେ କହିଛନ୍ତି, ଆମେ କାନାଡା ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଭୁଲ୍ ସୂଚନା ଉପରେ ଆଧାରିତ। ବିନା କାରଣରେ ଏହି ପରି ଟିପ୍ପଣୀ କରିବା ବେକାର, ବିଶେଷ କରି ଜଣେ ଗଣତାନ୍ତ୍ରିକ ଦେଶର ଆଭ୍ୟନ୍ତରୀଣ ମାମଲାରେ। ଭଲ ହେବ କୂଟନୈତିକ ସ୍ତରର ଆଲୋଚନାକୁ ରାଜନୈତିକ ଉଦ୍ଦେଶ୍ୟରେ ଉପଯୋଗ କରାନଯାଉ। ଟ୍ରୁଡୋ ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମୁଣ୍ଡ ଖେଳାଇବାକୁ ଉଦ୍ୟମ କରନ୍ତୁ ନାହିଁ।
ବିଜେପିର ବରିଷ୍ଠ ନେତା ରାମ ମାଧବ କଡା ଆପତ୍ତି ପ୍ରକାଶ କରିଥିବା ବେଳେ ଶିବସେନାର ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଚେତାବନୀଭରା ସ୍ଵରରେ କହିଛନ୍ତି, ଟ୍ରୁଡୋ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ନିଜର ରାଜନୈତିକ ରୋଟି ସେକନ୍ତୁ ନାହିଁ। ମାଧବ ଟ୍ଵିଟ୍ କରିଛନ୍ତି ଯେ, ଟ୍ରୁଡୋଙ୍କ ଔକାତ କଣ ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମୁଣ୍ଡ ଖେଳାଇବାକୁ। ବିଜେପି ମହିଳା ମୋର୍ଚ୍ଚାର ସାମାଜିକ ମିଡିଆ ପ୍ରଭାରୀ ଟ୍ରୁଡୋଙ୍କ ଏହି ବୟାନର କଡା ନିନ୍ଦା କରିଛନ୍ତି। ଟ୍ରୁଡୋଙ୍କ ଏହି ଟିପ୍ପଣୀ ଭାରତର ଅଖଣ୍ଡତା ଉପରେ ପ୍ରଶ୍ନ।
ଉଲ୍ଲେଖଯୋଗ୍ୟ, ଟ୍ରୁଡୋ ଭାରତରେ ଆନ୍ଦୋଳନକାରୀ କୃଷକଙ୍କ ସମର୍ଥନ କରି ଏଠାକାର ସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଥିଲେ। ସେ କହିଛନ୍ତି, ତାଙ୍କ ଦେଶ କାନାଡା ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନର ଅଧିକାରକୁ ସମ୍ମାନ କରେ। ଟ୍ରୁଡୋଙ୍କ ଏହି ଟିପ୍ପଣୀରେ ଭାରତରେ ଭାଇରାଲ ହୋଇଛି। ସାମାଜିକ ଗଣାମଧ୍ୟମ ପ୍ଲାଟଫର୍ମ ଟ୍ଵିଟରରେ #Trudeau ଟ୍ରେଣ୍ଡ କରୁଛି।