ନୂଆଦିଲ୍ଳୀ,୫/୧୨: ଫାରୁକ ଅବଦୁଲ୍ଲା ପୁଣି ଥରେ ନାସନାଲ କନ୍ଫରେନ୍ସର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ତେବେ ସୋମବାର ଆୟୋଜିତ ଏକ ସଭାରେ ସେ ସେନା-ସରକାର ଉପରେ ଖୁବ୍ ବର୍ଷିଛନ୍ତି।
ସଭାରେ ଦଳ ଦ୍ବାରା ୨୦୧୮ରେ ପଞ୍ଚାୟତ ନିର୍ବାଚନକୁ ବଏକଟ ନିଷ୍ପତ୍ତିକୁ ଭୁଲ୍ କହିଥିଲେ ଏବଂ କହିଥିଲେ ଯେ ଆଗାମୀ ସମୟରେ ସବୁ ନିର୍ବାଚନରେ ଭାଗ ନେବ। ସେ ସରକାର ଏବଂ ସୁରକ୍ଷା ବଳକୁ ଅପିଲ୍ ମଧ୍ୟ କରିଛନ୍ତି ଯେ ସେ ନିର୍ବାଚନରେ କୌଣସି ପ୍ରକାରେ ହସ୍ତକ୍ଷେପ ନକରନ୍ତୁ। ଅବଦ୍ଦୁଲ୍ଲା କହିଛନ୍ତି ଯେ ଏଭଳି କରିବା ଦ୍ବାରା ଏମିତି ଝଡ଼ ଆସିବ ଯାହାକୁ ଆପଣ ନିୟନ୍ତ୍ରଣ କରିପାରିବେନାହିଁ।
ସେ କହିଥିଲେ ମୁଁ ଡୋଡାରେ ଏକ ଗାଁକୁ ଯାଇଥିଲି ଯେଉଁଠାରେ ମତଦାନ ହେଉଥିଲା। କିନ୍ତୁ ସେଠାରେ କେହି ଭୋଟ୍ ଦେଉନଥିଲେ କାରଣ ଭୋଟିଂ ମେସିନ୍ ସେନା ଶିବିରରେ ରଖାଯାଇଥିଲା। ସୈନିକମାନେ କହିଥିଲେ ଯେ କେହି ଭୋଟ ଦେବାକୁ ଆସିନଥିଲେ। ସେ କହିଥିଲେ ଯେ ସେଠିକାର ଦୋକାନୀମାନେ ତାଙ୍କୁ ଧମକ ଦେଇଥିଲେ ଯେ ସୁରକ୍ଷା କର୍ମୀ ତାଙ୍କୁ ଧମକ ଦେଇଛନ୍ତି ଯେ ଭୋଟିଂ ମେସିନ ପାଖକୁ ଯାଉଛନ୍ତି ତେବେ ତାଙ୍କର ଗୋଡ଼ ହାତ ଭାଙ୍ଗିଦିଆଯିବ।
ଅବଦୁଲ୍ଳା କହିଛନ୍ତି ଯଦି ଆମକୁ ତାଙ୍କ ସହ ଲଢ଼ିବାର ଅଛି ତେବେ ଆମକୁ ମଇଦାନକୁ ଓହ୍ଲାଇବାକୁ ହେବ। ଅବଦୁଲ୍ଳା କହିଛନ୍ତି ବିଜେପି କିଛିବି କରିପାରେ। ଏମତିକି ଆପଣଙ୍କ ନିକଟବର୍ତ୍ତୀ ଲୋକଙ୍କୁ ମଧ୍ୟ କିଣିପାରେ। ଅବଦୁଲ୍ଲା ସୁରକ୍ଷା ବଳ ଏବଂ ସେନାକୁ ଚେତାବନୀ ଦେଇଛନ୍ତି ଯେ ନିର୍ବାଚନରେ କୌଣସି ଭାବରେ ହସ୍ତକ୍ଷେପ ନକରନ୍ତୁ। ସେ କହିଛନ୍ତି ଜନତାଙ୍କୁ ଭୋଟ ଦେବାକୁ ଦିଆଯାଉ। ଯଦି ଏଥିରେ ହସ୍ତକ୍ଷେପ କରୁଛନ୍ତି ଏଭଳି ଝଡ଼ ଆସିବ ଯାହାକୁ ନିୟନ୍ତ୍ରଣ କରିପାରିବେ ନାହିଁ। ଏଭଳି କଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛନ୍ତି ଅବଦୁଲ୍ଳା।