ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ତୀରଥ ସିଂହ ରାୱତ ପାର୍ଟିରେ ନିଆଯାଉଥିବା ନିଷ୍ପତ୍ତି ଉପରେ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଦଳ ଭିତରେ ସମସ୍ତଙ୍କ ସହ ଆଲୋଚନା ଏବଂ ପରାମର୍ଶ କରି ନିଷ୍ପତ୍ତି ନିଆଯିବା ଦରକାର ଏବଂ ତାହା ଥୋପା ନଯିବା ଦରକାର । କାରଣ ଆଜି ଯିଏ ଆଗରେ ଅଛି କାଲି ସିଏ ପଛରେ ଥିବ । ଡେହେରାଡୁନରେ ଆୟୋଜିତ ପାର୍ଟିର କାର୍ଯ୍ୟକାରିଣୀ ବୈଠକରେ ଭାଷଣ ଦେଇ ସେ ଏହା କହିଛନ୍ତି । ତେବେ ନିଜ ଭାଷଣରେ ସେ କାହାର ନାଁ ଧରି ନାହାନ୍ତି ।
ରାୱତ ମଞ୍ଚରୁ କହିଛନ୍ତି, 'ସମସ୍ତଙ୍କ ବିଚାର-ବିମର୍ଶ କରି, କଥାବାର୍ତ୍ତା କରି, ଥୋପିବା କାମ କରିବ ନାହିଁ, ଏବେତ ଜନତା ଆଗକୁ ବଢିଗଲେ, ଆମେ ପଛରରେ ରହିଗଲେ, ନେତା ତ ଆଜି ବହୁତ ପଛରେ, ଜନତା ଆଗକୁ ବଢି ସାରିଛନ୍ତି । ସେପଟେ କାର୍ଯ୍ୟକର୍ତ୍ତା ବି ଚାଲିଛନ୍ତି, ପରିଶ୍ରମ କରୁଛନ୍ତି । ଏଥିପାଇଁ ଆମର ଏଠି କୁହାଯାଏ ନା ନେତା ଆଧିରିତ, ନା କର୍ମା ଆଧାରିତ, ଆମେ ଯେଉଁମାନେ ଏଠି ବସିଛୁ, ଆମେ ନେତା ନାହୁଁ, ବଡ଼ ଲୋକ ନାହୁଁ, କେବଳ ଦାୟିତ୍ୱ ନିର୍ବାହ କରୁଛୁ ।'
ପଢନ୍ତୁ: ‘ସବକା ସାଥ୍, ସବକା ବିକାଶ ନାରା ଦରକାର ନାହିଁ, ଯିଏ ଆମ ସହ, ଆମେ ତାଙ୍କ ସହ’: ଶୁଭେନ୍ଦୁ ଅଧିକାରୀ
ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆଜି ତୁମେ ଆଗରେ ତ କାଲି ମୁଁ, ଆଜି ମୁଁ ତ କାଲି ତୁମେ । ପଛରେ ବସିଥିବା ବ୍ୟକ୍ତି କେବେ ଏଠି ବସିବ ତ ଏଠି ବସିଥିବା ବ୍ୟକ୍ତି ପଛରେ । ଜଣେ ନିଜର ମୂଳକୁ ଛାଡ଼ ନାହିଁ, କାର୍ଯ୍ୟକର୍ତ୍ତାଙ୍କୁ ଭୁଲ ନାହିଁ ।