Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ପାରାଦୀପରୁ ମିଳିଥିବା ସନ୍ଦିଗ୍ଧ ପାରାର ହେବ ଡିଏନ୍‌ଏ ଟେଷ୍ଟ, CFSLକୁ ଯିବ କ୍ୟାମେରା ଓ ଚିପ୍

10/03/2023 at 1:00 PM

ଭୁବନେଶ୍ବର ୧୦।୩: ପାରାଦୀପରୁ ସନ୍ଦିଗ୍ଧ ପାରା ମିଳିବା ଘଟଣାରେ CFSLକୁ ଯିବ ପାରା ଶରୀରରେ ଲାଗିଥିବା କ୍ୟାମେରା ଓ ଚିପ୍ ।  ମିଳିଥିବା ସନ୍ଦିଗ୍ଧ ପାରାର ଡିଏନ୍‌ଏ ଟେଷ୍ଟ ହେବ ବୋଲି ଜଣାପଡିଛି । ପାରାଟି କେଉଁ ଅଞ୍ଚଳରୁ ଆସିଛି ଦେଶ ଭିତରୁ ନା ଦେଶ ବାହାରୁ ଟେଷ୍ଟିଂ ପରେ ତାହା ଜଣାପଡିବ । ବର୍ତ୍ତମାନ ଭୁବନେଶ୍ବର ରସୁଲଗଡ ସ୍ଥିତ SFSLରେ ପାରାକୁ ରଖାଯାଇଛି । ପାରା ଶରୀରରେ ଲେଖାଥିବା ସଙ୍କେତ ସମ୍ପର୍କରେ ଜାଣିବାକୁ ସେଣ୍ଟ୍ରାଲ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଲେଖା ପଠାଯିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ବୁଧବାର ଧରାପଡିଥିବା ସନ୍ଦଗ୍ଧ ପାରାକୁ ଅଧିକ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ପଞ୍ଜୁରୀରେ ଷ୍ଟେଟ୍‌ ଫୋରେନସିକ୍ ଲ୍ୟାବ୍‌କୁ ଆଣିଥିଲା ପାରାଦୀପ ପୋଲିସ । ପ୍ରଥମେ ପାରାଦୀପ ମେରାଇନ୍ ପୋଲିସ ପାରାଟିକୁ ଧରି କଟକ ବକ୍ସିବଜାର ପୋଲିସ ମୁଖ୍ୟାଳୟ ପରିସରରେ ଥିବା ପିଜନ ସ୍କ୍ବାଡ୍‌ରେ ପହଞ୍ଚିଥିଲା । ସେଠାରେ କିଛି ସମୟ ରହିବା ପରେ ରସୁଲଗଡ ସ୍ଥିତ ରାଜ୍ୟ ଫୋରେନସିକ୍ ଲାବରୋଟୋରିକୁ ଅଣାଯାଇଥିଲା । କଟକ ପିଜନ କ୍ୟାରିଅର ଅଧିକାରୀ, ଜଗତସିଂହପୁର ଜିଲ୍ଲା SFSLର ଅଧିକାରୀ ବି ସାଙ୍ଗରେ ଥିଲେ ।

ପାରାଦୀପ-କୋଣାର୍କ ମଝି ସମଦ୍ରରୁ ସାରଥି ନାମକ ବୋଟ୍ ମାଛ ଧରୁଥିବା ବେଳେ ବୋଟ୍‌ରେ ଆସି ବସିଥିଲା ଏହି ପାରା । ମତ୍ସ୍ୟଜୀବୀମାନେ ପ୍ରଥମେ ପାରାକୁ ଧରିବା ପରେ ତା ଗୋଡରେ କ୍ୟାମେରା, ଚିପ୍ ଲାଗିଥିବାର ଦେଖିଥିଲେ । ପାରା ଡେଣାରେ ବିଦେଶୀ ଭାଷାରେ କିଛି ଲେଖା ଯାଇଥିବା ବି ଦେଖିବାକୁ ମିଳିଥିଲା । ପାରାକୁ ନେହେରୁ ବଙ୍ଗଳା ମେରାଇନ୍ ଥାନାର ଜିମା ଦେଇଥିଲେ ମତ୍ସ୍ୟଜୀବୀ । ଏହା ଏକ ଗୁପ୍ତଚର ପାରା ବୋଲି ସନ୍ଦେହ କରାଯାଉଛି ।

   Related Posts