ତୃତୀୟ ଲହର ନେଇ ସତର୍କ କରାଇଲେ ବିଶେଷଜ୍ଞ, କହିଲେ ଆରମ୍ଭ କର ପ୍ରସ୍ତୁତି

Published By : Prameya-News7 Bureau | December 17, 2021 IST

ଭୁବନେଶ୍ୱର ୧୭/୧୨: ସାରା ଦେଶରେ ଦ୍ୱିତୀୟ ଲହର ଭୟ କମିନଥିବାବେଳେ ଏବେ ତୃତୀୟ ଲହର ଭୟ ଦେଖାଦେଲାଣି । ତେବେ ଏନେଇ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତୃତୀୟ ଲହର ପୂର୍ବରୁ ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଏମଇଟି ରମାରମଣ ମହାନ୍ତି ।

ସେ କହିଛନ୍ତି ସରକାରଙ୍କ ସହଭାଗିତାରେ ଚାଲିଥିବା ଘରୋଇ କୋଭିଡ ହସ୍ପିଟାଲ ଗୁଡାକୁ ତୂରନ୍ତ ପ୍ରସ୍ତୁତ ରଖ । କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢିଲେ ତୁରନ୍ତ କାର୍ଯ୍ୟଷମ କରିବାକୁ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ହସ୍ପିଟାଲରେ ଅକ୍ସିଜେନ, ମେଡିସିନ ମହଜୁଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.