ଓମିକ୍ରନ୍ ନେଇ ଆଲର୍ଟ : ୩ ଲେୟାର କିମ୍ବା ଏନ୍-୯୫ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ DMET

Published By : Prameya-News7 Bureau | December 24, 2021 IST

ଭୁବନେଶ୍ବର ୨୪।୧୨: ଓଡ଼ିଶାରେ ୪ କରୋନା ସଂକ୍ରମିତଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ପରେ ଆଲର୍ଟ ମୋଡ଼ରେ ସ୍ବାସ୍ଥ୍ୟ ବିଭାଗ । ଗୋଟିଏ ଲେୟାର ମାକ୍ସ ନପିନ୍ଧି ୩ ଲେୟାର ମାକ୍ସ କିମ୍ବା ଏନ ୯୫ ମାସ୍କ ପିନ୍ଧିବା ପାଇଁ ଡ଼ିଏମଇଟି ପରାମର୍ଶ ଦେଇଛନ୍ତି । ଓମିକ୍ରନ ୫ ଗୁଣ ଅଧିକ ଜୋରରେ ବ୍ୟାପୁଥିବାରୁ ବଣଭୋଜି, ଗହଳି ଉପରେ ରୋକ ଲାଗିଛି । ଜିଲ୍ଲା ପ୍ରଶାସନକୁ ଲୋକଙ୍କ ଗହଳି ଓ ବଣଭୋଜି ଉପରେ ଆକ୍ସନ ନେବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ବାହାଘର ଓ ଶେଷକୃତ୍ୟ ସମୟରେ ଛାଡ ଦିଆଯିବ । ବାକି ସବୁଠି କଟକଣା ଲାଗିବ । ଆଉ ୪ଟି ସାମ୍ପଲ ଜେନମ ସିକ୍ୟୁଏନ୍ସିଂ ପାଇଁ ଯାଇଛି । ଆଇସିୟୁ ଓ ବେଡ଼, ଭେଣ୍ଟିଲେଟର ସବୁକୁ କାର୍ଯ୍ୟକ୍ଷମ ମୋଡ଼ରେ ରଖାଯାଇଛି । ନାଇଟ୍ କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.