ଟିକା ନେଲା ପରେ ଜଣେ ସଂକ୍ରମିତ ହୋଇପାରେ କିନ୍ତୁ ସିଭିୟରିଟି କମିଯିବ : ଡିଏମଇଟି

Published By : Prameya-News7 Bureau | June 25, 2021 IST

ଭୁବନେଶ୍ବର ୨୫।୬: ସଂକ୍ରମଣ ହ୍ରାସ ପାଇବା ନିଶ୍ଚିତ ଭାବେ ଭଲ ସ୍ଥିତି ବୋଲି କୁହାଯାଇପାରେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସବୁ ଭାଇରସର ମ୍ୟୁଟେସନ ନିୟମିତ ପ୍ରକ୍ରିୟା। ମାର୍ଚ୍ଚ ମାସରେ ଡେଲଟା ପ୍ଲସ୍ ଚିହ୍ନଟ ହେଲା। ଭବିଷ୍ୟତରେ କ’ଣ ହେଉଛି ନଜାଣି କି ବର୍ତ୍ତମାନଠୁ ଭୟଭୀତ ହେବାର ଆବଶ୍ୟକ ନାହିଁ। ଯଦିବି ବଢେ ପରିସ୍ଥିତିକୁ ଆମେ ସାମ୍ନା କରିବା । ବିଶ୍ବର ସବୁ ରିସର୍ଚ୍ଚର କହିଛନ୍ତି ଟିକା ନେଲେ ସିଭିୟରିଟି କମ ରହିବ। ଭ୍ୟାକ୍ସିନ ନେଲା ପରେ ଗୋଟିଏ ଲୋକ ସଂକ୍ରମିତ ହୋଇପାରେ କିନ୍ତୁ ସିଭିୟରିଟି କମିଯିବ। ତାକୁ ଲକ୍ଷ୍ୟ କରାଯାଇଛି।

ରାଜ୍ୟ ସରକାର ବି ଗୋଟିଏ କମିଟି କରିଛନ୍ତି । କମିଟି ଦେଖିବ କେମିତି ହେଉଛି ନିରାକରଣ ପାଇଁ କ’ଣ କରାଯାଇପାଇପାରେ। ଲୋକ ସଚେତନ ନ ହେଲେ ରାଜ୍ୟ ସରକାର କ’ଣ କରିପାରିବେ ? ଲୋକ ସଚେତନ ହୁଅନ୍ତୁ। ଟିକା ନେଲେ ମୄତ୍ୟୁ ହାର କମୁଛି, ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା କମୁଛି। ତେଣୁ ସମସ୍ତେ ଟିକା ନିଅନ୍ତୁ। ତୃତୀୟ ଲହର ହେବ କି ନହେବ କେହି କହିପାରୁନାହାନ୍ତି । ସମସ୍ତେ ଅନୁମାନ କରୁଛନ୍ତି । ପ୍ରାକ୍ ଆକଳନ ସ୍ଥିତିରେ ଅଛି ।  ଯେକୌଣସି ମୄତ୍ୟୁ ହେଲେ ପଞ୍ଜିକରଣ କରିବା ବାଧ୍ୟତାମୂଳକ।  ମୄତ୍ୟୁର କାରଣ ଦର୍ଶାଇବା ଦରକାର । ୯୦ରୁ ଅଧିକ ଆସିମଟମେଟିକ ରହୁଛି ।  ଜିଲ୍ଲାରୁ ରିପୋର୍ଟ ମଗାଯାଇ ଦିଆଯିବ ବୋଲି ସିବିକେ ମହାନ୍ତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.