ଭୁବନେଶ୍ବର ୮।୯: ସମ୍ଭାବ୍ୟ ତୃତୀୟ ଲହର ପାଇଁ ଆଉ ଅଧିକ କିଛି ସଚେତନ ଦରକାର ନାହିଁ । ସେହି କୋଭିଡ୍ ନିୟମ ସବୁ ପାଳନ କରିବାକୁ ହେବ । ଦ୍ବିତୀୟ ଲହରରେ ତୀବ୍ରତା ଅଧିକ ଥିଲା । ସେ ସମୟରେ ଯାହା ସବୁ ସଚେତନ କରାଯାଉଥିଲା ସେହିସବୁ କରିବାକୁ ପଡ଼ିବ । ଯେଉଁ ଜିଲ୍ଲାରେ ସଂକ୍ରମଣ ବଢିବ ସେହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ତ୍ବରିତ ପଦକ୍ଷେପ ନେବାକୁ କୁହାଯାଇଛି । ସଂକ୍ରମଣର ପ୍ରତିଶତ ନୁହେଁ, ସଂଖ୍ୟା କେତେ ଅଛି ଦେଖିବାକୁ ପଡ଼ିବ । ବୟସ୍କ ଲୋକମାନେ ଟିକା ନେଇ ଗଲେଣି । କିନ୍ତୁ ଶିଶୁମାନେ ଏବେ ବି ବିପଦରେ ଅଛନ୍ତି । ବୟସ୍କମାନଙ୍କ ଠାରୁ ହିଁ ପିଲାଙ୍କୁ ସଂକ୍ରମଣ ହେବ । ତେଣୁ ସଂକ୍ରମଣ ସୋର୍ସକୁ ନିୟନ୍ତ୍ରଣ କରିବାକୁ ହେବ । ତାହେଲେ ପିଲାମାନଙ୍କୁ ସଂକ୍ରମଣ ହେବନାହିଁ ।
ପିଲାଙ୍କୁ କେମିତି ସଂକ୍ରମଣ ନହେବ ତାହା ବନ୍ଦ କରିବାର ମୁଖ୍ୟ ଭୂମିକା ଅଭିଭାବକମାନଙ୍କର । ପିଲା ସ୍କୁଲରେ କେମିତି ସୁରକ୍ଷିତ ରହିବେ । ତାହା ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କର ଦାୟିତ୍ବ । ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ କଥା ହୁଅନ୍ତୁ । ଓଡିଶାରେ ୮ ହଜାରରୁ ଅଧିକ ସ୍କୁଲ ଅଛି । ଯେଉଁଠି ପଜିଟିଭ୍ ବାହାରୁଛନ୍ତି ସେଠାରେ ପଦକ୍ଷେପ ନିଆଯାଉଛି । ପିଲାମାନଙ୍କ ସଂକ୍ରମଣ ପାଇଁ ମାନସିକ ସ୍ତରରେ ଟେନସନ ରହିବ । କିନ୍ତୁ ସଂକ୍ରମଣ ରୋକିବା ପାଇଁ କେମିତି ପଦକ୍ଷେପ ନିଆଯିବ ତାହା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ।
ପିଲାମାନଙ୍କର ସଂକ୍ରମଣ ହାର କମ୍ । ରୋଗର ତୀବ୍ରତା କମ୍ । ବିଦେଶରେ କିଛି ପିଲାଙ୍କୁ ହାଇବ୍ରିଡ଼ ମୋଡ଼ରେ ପଢ଼ାଯାଉଛି । ପ୍ରାଇମେରୀ ସ୍କୁଲ ଖୋଲିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଆମର ଦାୟିତ୍ବ । ଯେହେତୁ ଭ୍ୟାକସିନ ଆସିନାହିଁ । ତେଣୁ ପିଲାମାନଙ୍କୁ କୋଭିଡ୍ ନିୟମ କେମିତି ପାଳନ କରିବେ ତାହା ଧ୍ୟାନ ଦେବାକୁ ହେବ । ସ୍କୁଲରେ ୬ରୁ ୮ ଘଣ୍ଟା ପିଲାମାନେ ରହୁଛନ୍ତି । ବାକି ସମୟ ଘରେ ରହୁଛନ୍ତି । ତେଣୁ ସ୍କୁଲରେ ଶିକ୍ଷକମାନେ ଓ ଘରେ ବାପା-ମା’ମାନେ ପିଲାମାନଙ୍କ ଉପରେ ନଜର ରଖନ୍ତୁ ।