ରାଜ୍ୟରେ ଉପୁଜିନାହିଁ ଅନଲକ୍ ସ୍ଥିତି, ପୁରା ଖୋଲା ଛଡାଯାଇ ପାରିବନାହିଁ : DMET

Published By : Prameya-News7 Bureau | July 30, 2021 IST

ଭୁବନେଶ୍ବର ୩୦।୭: ଅନଲକ୍ ହେବନାହିଁ ରାଜ୍ୟ । ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡ୍ ଲାଇନ୍ ଘୋଷଣା ହେବ। ସେ ନେଇ କମିଟି ନିଷ୍ପତ୍ତି ନେବେ।

କଟକ, ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି । ଆଗରୁ ୫ ଶହ ଉପରେ ରହୁଥିଲା ପିଜିଟିଭ ସଂଖ୍ୟା। ଏବେ ୪ ଶହରେ ରହିଛି ପଜିଟିଭ ସଂଖ୍ୟା। ବର୍ତ୍ତମାନ ପୁରା ଖୋଲା ଛଡାଯାଇ ପାରିବନାହିଁ ।

ଅନ୍ୟପଟେ ଡେଙ୍ଗୁ ନେଇ ରାଜ୍ୟରେ ସମସ୍ତ ହସ୍ପିଟାଲରେ ସ୍ବତନ୍ତ୍ର ୱାର୍ଡ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡି-୨ ଷ୍ଟ୍ରେନ୍ ନେଇ ଆତଙ୍କ ସୃଷ୍ଟି କରନ୍ତୁ ନାହିଁ । ଏହା ଆଗରୁ ଥିଲା । ଏ ନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.