ସ୍କ୍ରିନିଂ ଅଧିକ ହେଉଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ୩ ମାସ ଗୁରୁତ୍ବପୂର୍ଣ୍ଣ : DMET

Published By : Prameya-News7 Bureau | September 17, 2021 IST

ଭୁବନେଶ୍ବର ୧୭।୯: ପାର୍ବଣ ଋତୁରେ ସଂକ୍ରମଣ ବଢିବାର ଆଶଙ୍କା କରିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଡିଏମଇଟି କହିଛନ୍ତି, ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ତେଣୁ ଏହି ସମୟରେ ଅଧିକ ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥାଏ । ଭୁବନେଶ୍ବର ହେଉଛି ହେଲ୍ଥ ହବ୍ । ରାଜ୍ୟର ସମସ୍ତ ସ୍ଥାନରୁ ଏବଂ ରାଜ୍ୟ ବାହାରୁ ଲୋକ ଏଠାକୁ ଆସୁଛନ୍ତି । ହସ୍ପିଟାଲ ଯିବା ପୂର୍ବରୁ ସମସ୍ତଙ୍କ ସ୍କ୍ରିନିଂ ହେଉଛି । ସ୍କ୍ରିନିଂ ଅଧିକ ହେଉଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଭୁବନେଶ୍ବର ରାସ୍ତା ଘାଟରେ ଭିଡ ହେଉଛି । ତେଣୁ ଏହି ତିନି ମାସ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି । ଏହି ସମୟକୁ ଲକ୍ଷ୍ୟ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ମଧ୍ୟ ସତେଚନ କରିଛନ୍ତି । ତେଣୁ ପାର୍ବଣ ଋତୁରେ ଲୋକଙ୍କୁ ସଚେତନ କରାଯାଉଛି । କୋଭିଡ଼ ଆପ୍ରୋପ୍ରିଏଟ୍ ବିହେଭିୟର କେମିତି ପାଳନ ହେବ ତାହା ଗୁରୁତ୍ବପୂର୍ଣ୍ଣ ବୋଲି ଡିଏମଇଟି କହିଛନ୍ତି ।

ସେ ଆହୁରି କହିଛନ୍ତି, ଟିକାକରଣ ପ୍ରକ୍ରିୟା ଆଗେଇ ଚାଲିଛି । ଯେତିକି ଟିକା ମିଳୁଛି କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କାର୍ଯ୍ୟ ଚାଲୁଛି । ଲୋକଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ଡିଏମଇଟି କହିଛନ୍ତି । ସ୍କ୍ରାପ୍ ଡ଼୍ରାଇପସ୍ ନୂଆ ନୁହେଁ, ପୂର୍ବରୁ ଥିଲା । ତାର ଚିକିତ୍ସା ବ୍ୟବସ୍ଥା ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.