ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାଇରସ ଯଦି ରୂପ ବଦଳାଏ, ତେବେ ଏହାର ପ୍ରଭାବ ଅଧିକା ରହିବ

25/08/2021 at 12:31 PM

ଭୁବନେଶ୍ୱର ୨୫।୦୮: ତୃତୀୟ ଲହର ଆସିଲେ ବି ଦ୍ଵିତୀୟ ଲହର ଭଳିଆ ନ ହେଇପାରେ। ଯଦି ଭାଇରସ ରୂପ ବଦଳାଏ ତାହା ହେଲେ ପ୍ରଭାବ ଅଧିକ ରହିବ। ଯଦି ରୂପ ନ ବଦଳାଏ ତାହାହେଲେ ଏତେ ପ୍ରଭାବ ରହିବ ନାହିଁ। ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। କେଉଁ ମଡେଲ କହୁଛି ଦେଶରେ ଦିନକୁ ୪ରୁ ୫ ଲକ୍ଷ ପଜିଟିଭି ଚିହ୍ନଟ ହେବ। ଆଉ କେଉଁ ମଡେଲ କହୁଛି,ଏତେ ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଡିଏମ୍‌ଟି ପ୍ରଫେସର ସିବିକେ ମହାନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଇଆଇଟି କାନପୁର ସୂତ୍ର ମଡେଲ କହୁଛି ଓଡ଼ିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ। କିନ୍ତୁ ମଡେଲ ଯାହା କହୁ ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି। ସାମ୍ଭବ୍ୟ କରୋନାର ୩ୟ ଲହରକୁ ଦୃଷ୍ଟିରେ ରଖି ସରକାର ସମସ୍ତ ମେଡିକାଲ ମାନଙ୍କରେ ସୁବିଧା ଓ ସୁଯୋଗ ନେଇ ପ୍ରତିଦିନ ଅନୁଧ୍ୟାନ କରୁଛନ୍ତି । ତୃତୀୟ ଲହରରେ ଶିଶୁ ଅଧିକା ସଂକ୍ରମଣ ହେବା ଆଶଙ୍କା କରାଯାଉଛି । ଖାସ୍‌ ଏଥିଲାଗି ସମସ୍ତ କୋଭିଡ଼ ଓ ନନ୍‌ କୋଭିଡ଼ ମେଡିକାଲରେ ଶିଶୁମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

   Related Posts