ସାମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ କରୁଛୁ ଭିତ୍ତିଭୂମି, ଦରକାରୀ ଔଷଧ ଓ ସରଞ୍ଜାମ ରଖୁଛୁ ମହଜୁଦ : DMET

Published By : Prameya-News7 Bureau | August 26, 2021 IST

ଭୁବନେଶ୍ବର ୨୬।୮: କରୋନାର ସାମ୍ଭାବ୍ୟ ତୃତୀୟ ଲହର ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଛୁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯାହା ଔଷଧ ଓ ସରଞ୍ଜାମ କ୍ରୟ କରି ମହଜୁଦ ରଖୁଛୁ। ଅନ୍ୟମାନଙ୍କ ତାଲିମ ଦେଇ ମାନବସମ୍ବଳ ବୃଦ୍ଧି କରୁଛୁ । ବିଭିନ୍ନ ସମୟରେ ବିଭିନ୍ନ ଆକଳନ ଆସୁଛି । କିନ୍ତୁ  ଜୁନ୍ ଶେଷ ସପ୍ତାହରେ ଆକଳନ ଅନୁସାରେ ପ୍ରସ୍ତୁତ କରାଯାଉଛି । ଟାସ୍କଫୋର୍ସ ଅନୁଧ୍ୟାନ କରି ଗାଇଡାନ୍ସ ଦେବେ।  ସେହି ଅନୁସାରେ ପଦକ୍ଷେପ ନିଆଯିବ।  ସବୁ ହସ୍ପିଟାଲରେ ପିଲାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା  କରାଯାଇଛି ବୋଲି ଡିଏମଇଟି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.