ସ୍କୁଲରେ କୋଭିଡ୍ ସଂକ୍ରମିତ ଚିହ୍ନଟ ପରେ ବଢିଲା ତତ୍ପରତା, ଗାଇଡ଼ ଲାଇନ କଡାକଡି ପାଳନ କରିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ

Published By : Prameya-News7 Bureau | December 13, 2021 IST

ଭୁବନେଶ୍ୱର ୧୩/୧୨: ସାରା ଦେଶରେ ଏବେ ଓମିକ୍ରନ ନେଇ ଭୟ ବଢିବାରେ ଲାଗିଛି । ଏହାରି ଭିତରେ ବିଭିନ୍ନ ରାଜ୍ୟରେ ମଧ୍ୟ କରୋନା ପାରା ଉପରମୁହାଁ ହେଲାଣି । ବିଶେଷକରି ଶିକ୍ଷାନୁଷ୍ଠାନ ଗୁଡିକୁ ଘାରିଛି କରୋନା ଭୟ ।

ସ୍କୁଲ ଗୁଡିକରେ ସଂକ୍ରମିତ ଚିହ୍ନଟ ହେବା ପରେ ଗାଇଡ଼ ଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲାକୁ ନିର୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ପୂର୍ବ ଅପେକ୍ଷା ରାଜ୍ୟର ସ୍କୁଲ ଗୁଡ଼ିକରେ ସଂକ୍ରମଣ ଧୀରେ ଧୀରେ କମୁଛି । ସେମିତି ଚିନ୍ତା ଜନକ ସ୍ଥିତି ନାହିଁ ବୋଲି ଡ଼ିଏମଇଟି କହିଛନ୍ତି । କିନ୍ତୁ ସତର୍କତା ଅବଲମ୍ୱନ କରିବାକୁ ଡିଏମଇଟି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.