ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଦେଶର ସବୁଠୁ ବଡ଼ ରିୟଲ ଇଷ୍ଟେଟ୍ ଡିଲ୍; ୧,୨୩୮ କୋଟି ଟଙ୍କାରେ ୨୮ ବିଶାଳପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଡି-ମାର୍ଟ ପ୍ରତିଷ୍ଠାତା

5/02/2023 at 7:46 PM

ନୂଆଦିଲ୍ଲୀ: ଡି-ମାର୍ଟର ପ୍ରତିଷ୍ଠାତା ରାଧାକିଷନ ଦମାନୀ ନିକଟରେ ଦେଶର ପ୍ରପର୍ଟି ମାର୍କେଟର ସବୁଠୁ ବଡ଼ ରିୟଲ ଇଷ୍ଟେଟ୍ ଚୁକ୍ତି କରିଛନ୍ତି । ରିପୋର୍ଟ ଅନୁସାରେ, ରାଧାକିଷନ ଦମାନୀଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ମୁମ୍ୱାଇରେ ୧,୨୩୮ କୋଟି ଟଙ୍କାରେ ୨୮ ହାଉସିଂ ୟୁନିଟ୍ କିଣିଛନ୍ତି । ଏହି ଡିଲ୍ ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ବଜେଟ ୨୦୨୩ ଘୋଷଣା ପରେ ଏପ୍ରିଲ ୧ରୁ ସୁପର ଲଜଗରୀ ସମ୍ପତ୍ତି ବିକ୍ରି ଉପରେ ପ୍ରଭାବ ପଡିବା ନେଇ ଅନୁମାନ କରାଯାଉଛି । ବଜେଟରେ ହାଉସିଂ ପ୍ରପର୍ଟି ସହ ଦୀର୍ଘ ମିଆଦୀ ସମ୍ପତ୍ତିର ବିକ୍ରିରୁ ହୋଇଥିବା କ୍ୟାପିଟାଲ ଗେନ (capital gain)ର ପୁନଃନିବେଶ ଉପରେ ୧୦ କୋଟି ଟଙ୍କାର କ୍ୟାପ (ସୀମା) ଲଗାଇ ଦିଆଯାଇଛି । ବର୍ତ୍ତମାନ ସମୟରେ ଏହିପରି କୌଣସି ସୀମା ଲାଗୁ ନାହିଁ ।

ଖବର ଅନୁସାରେ, କିଛି ପ୍ରପର୍ଟିକୁ କମ୍ପାନିଙ୍କ ନାଁରେ କିଣାଯାଇଛି । ଭାରତର ଶୀର୍ଷ ରିଟେଲର୍ସଙ୍କ ମଧ୍ୟରୁ ଜଣେ ରାଧାକିଷନ ଦମାନୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମୋଟ ୧,୮୨,୦୮୪ ବର୍ଗ ଫୁଟର କାରପେଟ୍ କିଣାଯାଇଛି । ଏଥିରେ ୧୦୧ କାର ପାର୍କିଂ ପାଇଁ ବ୍ୟବସ୍ଥା ରହିଛି । ଫେବ୍ରୁଆରୀ ୩ରେ ଏହା ସହ ଜଡିତ ସମସ୍ତ ଆର୍ଥିକ ନେଣଦେଣର ପଞ୍ଜିକରଣ କରାଯାଇଛି ।  

ମୁମ୍ୱାଇର ବର୍ଲିରେ ଆନିବେସାଣ୍ଟ ରୋଡ୍ ସ୍ଥିତ ଥ୍ରୀ ସିକ୍ସଟି ୱେଷ୍ଟର ଟାୱାର Bରେ ଆପାର୍ଟମେଣ୍ଟ କିଣାଯାଇଛି । ଏହାର ବିକ୍ରେତା ବିଲ୍ଡର ହେଉଛନ୍ତି ସୁଧାକର ସେଟ୍ଟୀ । ପ୍ରୋଜେକ୍ଟର ପୁର୍ନବିକାଶ ପାଇଁ ରିୟଲ ଇଷ୍ଟେଟ୍ ଡେଭଲପର ବିକାଶ ଓବେରୟ ସହ ଚୁକ୍ତି କରିଥିଲେ । ଏଥିରେ ଅଧିକାଂଶ ଆପାର୍ଟମେଣ୍ଟ ୫ ହଜାର ବର୍ଗ ଫୁଟ ଏବଂ ଏହାର ମୂଲ୍ୟ ହାରାହାରି ୪୦-୫୦ କୋଟି ଟଙ୍କା ।

ଏହା ପୂର୍ବରୁ ରାଧାକିଷନ ଦମାନୀଙ୍କ ଡି-ମାର୍ଟ ମଧ୍ୟ ୪୦୦ କୋଟି ଟଙ୍କାରେ ୭ଟି ପ୍ରପର୍ଟି କିଣିଥିଲେ । ରାଧାକିଷନ ଦମାନୀଙ୍କ ଡି-ମାର୍ଟ ୧୧ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ବ୍ୟବସାୟ କରୁଛି । ଘର ଗୁଡିକୁ ଲିଜରେ ନେବା ପରିବର୍ତ୍ତି ରିଟେଲର ଏହାକୁ କିଣି ନେଉଛି ।

   Related Posts