ରାଲି ବେଳେ ଲୋକଙ୍କ ଉପରେ ଟଙ୍କା ଉଡ଼ାଇଲେ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର
28/03/2023 at 7:20 PM

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏଥର ସରକାର ଗଠନ କରିବାକୁ କଂଗ୍ରେସ ସବୁ କଳ ବଳ କୌଶଳ ଲଗାଇ ଦେଇଛି। କେତେବେଳେ ମାଗାଣା ବିଜୁଳି ଦେବାକୁ କହୁଛି ତ ଆଉ କେତେବେଳେ ମୁସଲମାନଙ୍କୁ କୋଟା ପୁନଃ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଉଛି। ଏବେ ରାଜ୍ୟ କଂଗ୍ରେସ ମୁଖିଆ ଡିକେ ଶିବକୁମାରଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଶିବକୁମାର ରାଲିରେ ଲୋକଙ୍କ ଉପରେ ଟଙ୍କା ଉଡ଼ାଉଥିବାର ଦେଖିବାକୁ ମିଳିଛି।
ଏହି ଘଟଣା ବୁଧବାର ଦିନର। କର୍ଣ୍ଣାଟକ ବେଭିନାହାଲ୍ଲୀ ନିକଟସ୍ଥ ମାଣ୍ଡ୍ୟାରେ ରାଲି କରୁଥିବା ବେଳେ ଡିକେ. ଶିବକୁମାର ଲୋକଙ୍କ ଉପରେ ଟଙ୍କା ଫିଙ୍ଗୁଥିବାର ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଥିବା ଦୃଶ୍ୟ ଅନୁସାରେ ଶିବକୁମାର ଏକ ବସ୍ ଉପରେ ବସି ଲୋକଙ୍କ ଉପରେ ଟଙ୍କା ଫିଙ୍ଗୁଛନ୍ତି। ଆଉ ପାଖରେ ଠୁଳ ହୋଇଥିବା ଲୋକେ ଟଙ୍କା ଗୋଟାଇବାରେ ଲାଗିଛନ୍ତି।
ସୂଚନା ଅନୁସାରେ ଶିବକୁମାର ହେଉଛନ୍ତି ଭୋକ୍କାଲିଗା ସମ୍ପ୍ରଦାୟର। ତେଣୁ କର୍ଣ୍ଣାଟକର ଦକ୍ଷିଣାଞ୍ଚଳ ମହିଶୂରରେ ଏହି ସମ୍ପ୍ରଦାୟର ଭୋଟ ବ୍ୟାଙ୍କ ରହିଛି।