scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକରେ ନମ୍ବର-୨ ପାଇଁ କେମିତି ରାଜି ହେଲେ ଡି.କେ ଶିବକୁମାର ? ପଚାରିବାରୁ କହିଲେ…

18/05/2023 at 8:53 PM

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ହେବେ ଆଉ ଡି.କେ ଶିବକୁମାର ହେବେ ଉପମୁଖ୍ୟମନ୍ତ୍ରୀ। ରାଜ୍ୟରେ ଶାସନର ଦ୍ୱିତୀୟ ପୋଜିସନ। କେମିତି ଦ୍ୱିତୀୟ ସ୍ଥାନ ନେବାକୁ ରାଜି ହୋଇଗଲେ ଡି.କେ ଶିବକୁମାର ସେ ନେଇ ଜାତୀୟ ଗଣମାଧ୍ୟମ ପ୍ରତିକ୍ରିୟା ଦେଇ ସେ ଏହାର ଖୁଲାସା କରିଛନ୍ତି ।

ଯେମିତି ଆମେ କୋର୍ଟଙ୍କ ନିଷ୍ପତ୍ତି ମାନନ୍ତି, ସେମିତି ମୁଁ ଦଳର ହାଇ କମାଣ୍ଡଙ୍କର ନିଷ୍ପତ୍ତି ମାନିଲି ବୋଲି ଶିବକୁମାର କହିଛନ୍ତି। ସେ କହିଛନ୍ତି “ଆମ ଥରେ ନିଷ୍ପତ୍ତି ହାଇ କମାଣ୍ଡଙ୍କ ହାତରେ ଦେଲୁ ମାନେ ଆମକୁ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ହେବ। କୋର୍ଟରେ ଆମେ ଅନେକ ତର୍କ ରଖନ୍ତି। ହେଲେ ଶେଷରେ ଯାହା ବିଚାରପତି ନିର୍ଦ୍ଦେଶ ଦିଅନ୍ତି ତାହା ଗ୍ରହଣୀୟ ହୋଇଥାଏ। ଆମର ୧୩୫ ବିଧାୟକ ସବୁ ମିଶି ହାଇକମାଣ୍ଡଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିଲୁ। ଆମେ କର୍ଣ୍ଣାଟକ ଲୋକଙ୍କୁ ସୁନିଶ୍ଚିତ କରିଛୁ ଯେ ବ୍ୟକ୍ତିଗତ ସ୍ୱାର୍ଥ ପଛେ ଦଳୀୟ ସ୍ୱାର୍ଥ ଆଗ। ଏହା ହିଁ ମୋର ପ୍ରତିଶ୍ରୁତି।”

Why should I be upset?' Says DK Shivakumar on being elected as Deputy CM of  Karnataka | Mint

ଶିବକୁମାର ଆହୁରି କହିଛନ୍ତି “ ଶେଷରେ ଅନେକ କାରଣରୁ ମୁଁ ରାଜି ହେଲି। ଧରନ୍ତୁ ଯଦି ଆମେ ଜିତି ନଥାନ୍ତୁ। ତେବେ ଆମର ପୋଜିସନ କଣ ଥାନ୍ତା? ବର୍ତ୍ତମାନ ଆମେ ଜିତିଯାଇଛୁ। ଆମକୁ ଏହାର ଫଳ ବାହାର କରିବାର ଅଛି।  ମୁଁ ଏକା ଦଳ ପାଇଁ ଲଢ଼ିନି। ଲକ୍ଷ ଲକ୍ଷ କର୍ମୀ ସେମାନେ ସେମାନଙ୍କର ଭଲ ପ୍ରଦର୍ଶନ କରିଛନ୍ତି। ଶେଷରେ ଆମକୁ ତାଙ୍କୁ ବି ଦେଖିବାକୁ ହେବ।”

ତେବେ କ’ଣ ସୋନିଆ ଗାନ୍ଧୀଙ୍କ ଅନୁରୋଧ ପରେ ମାମଲା ଶାନ୍ତ ପଢ଼ିଲା କି ବୋଲି ପ୍ରଶ୍ନରେ ଶିବକୁମାର କହିଛନ୍ତି “ ମୁଁ ୟା ଭିତରେ ଶ୍ରୀମତି  ଗାନ୍ଧୀ କିମ୍ବା ଗାନ୍ଧୀ ପରିବାରକୁ ଆଣିବାକୁ ଚାହୁଁନଥିଲି। ମୁଁ କେବଳ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲି। ମୁଁ ଆଇସିସି ଅଫିସ କର୍ମକର୍ତ୍ତାଙ୍କୁ ଭେଟିଥିଲି। ବାସ ସେତିକି।”

କ୍ଷମତା ପଇଁ ଲଢେଇ କରିବା ପରେ ଶେଷରେ ସିଦ୍ଧରମେୟାଙ୍କ ସହ କ୍ଷମତାର ଶେୟାର କରିବା ନେଇ ପ୍ରଶ୍ନ କରିବା ପରେ ଶିବକୁମାର କହିଛନ୍ତି “କାମ ଆରମ୍ଭ ହେବାକୁ ଯାଉଛି। କାମ ଆରମ୍ଭ ହେବାକୁ ସପ୍ତାହେ ବାକି ଅଛି। କାମ ଆରମ୍ଭ ହେବାକୁ ଦିଆଯାଉ।”

I will not backstab, blackmail...": Karnataka Congress president DK  Shivakumar before leaving for Delhi (VIDEO)

ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ବଜେଟ୍ ଅଧିକ ହୋଇଯାଉଛି। ପାଖାପାଖି ୫୦ ହଜାର କୋଟି ହୋଇଯାଉଛି ବୋଲି କୁହାଯାଉଛି। ତେବେ ଦଳ ପ୍ରତିଶ୍ରୁତି କେମିତି ପୂରଣ କରିବ ବୋଲି ପ୍ରଶ୍ନ କରାଯାଇଥିଲା। ହେଲେ ଶିବକୁମାର ଏନେଇ କୌଣସି ମନ୍ତବ୍ୟ ଦେଇ ନଥିଲେ।  

   Related Posts