suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରୟାଲ ଷ୍ଟାଗ୍‌ ବୁମ୍‌ବକ୍ସରେ ଝୁମାଇଲେ ବାଦଶାହ୍‌, DJ ଯୋଗୀଙ୍କ ଗୀତ ତାଳରେ ଦୁଲୁକିଲା ପ୍ରଦର୍ଶନୀ ପଡିଆ

26/03/2023 at 9:29 AM

ଭୁବନେଶ୍ୱର, ୨୬।୦୩: ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଯାଇଛି ସିଗ୍ରାମ’ର  ରାୟାଲ ଷ୍ଟାଗ୍‌ ବୁମ୍‌ବକ୍ସ । କାର୍ଯ୍ୟକ୍ରମରେ ବଲିଉଡର ପପୁଲାର ସିଙ୍ଗରଙ୍କ ଦ୍ୱାରା କନସର୍ଟ କରାଯାଇଛି । ରାପର ବାଦଶାହ,  ଜସଲିନ୍‌ ରୟାଲ, ଡିନୋ ଜେମ୍‌ସ ଏବଂ ଡିଜେ ଯୋଗୀଙ୍କ ସଂଗୀତରେ ପଡ଼ିଆ ଦୁଲୁକିଥିଲ। ଡିଜେ ଯୋଗୀଙ୍କ ମ୍ୟୁଜିକ୍‌ ଫ୍ୟୁଜନରୁ ସନ୍ଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଡିନୋ ଜେମସଙ୍କ ଏବଂ ଜସଲିନଙ୍କ ମେଲୋଡି  ଦର୍ଶକଙ୍କ ଉତ୍ସାହ ବଢାଇଥିଲା। ଶେଷରେ ରାପର ବାଦଶାହଙ୍କ ଗୀତଗୁଡ଼ିକୁ ଦର୍ଶକ ମନଭରି ଉପଭୋଗ କରିଥିଲେ ।

ଡିନୋଙ୍କ ଡୁବା  ଡୁବା ଡୁବା ସା’, ୟାଦେଁ’, ଗର୍ଲଫ୍ରେଣ୍ଡ’ ଭଳି  ସଂଗୀତରେ ଦର୍ଶକ ମତୁଆଲା ହୋଇଥିଲେ ।  ସେହିପରି ଜସଲିନଙ୍କ ରାଞ୍ଝା, ଲଭ୍‌ ୟୁ ଜିନ୍ଦେଗୀ, ଦିନ ସଗୁନ୍‌ ଦା ଚଢ଼େୟା ଭଳି ଗୀତରେ ଦର୍ଶକ  କିଛି ସମୟ ଝୁମିଥିଲେ । ଶେଷରେ ବାଦ୍‌ଶାହଙ୍କ  ଅଭି ତୋ ପାର୍ଟି ସୁରୁ ହୁଇ ହୈ’ ସଙ୍ଗୀତରେ ପୁରା ପଡ଼ିଆ ନାଚି ଉଠିଥିଲା । ଏହା ସହ ବାଦ୍‌ଶାହଙ୍କ ନାମ ସବୁ ଦର୍ଶକଙ୍କ ମୁହଁରେ ଥିଲା ।

ଯାହକୁ ଶୁଣି ଶେଷ ଖୁସି ହେବା ସହ ଭାବପ୍ରବଣ ହୋଇଯାଇଥିଲେ। ଶେଷରେ କହିଥିଲେ,  ଭୁବନେଶ୍ୱରରେ ଚମତ୍କାର ପ୍ରଶଂସକଙ୍କ  ଆଗରେ ପ୍ରଦର୍ଶନ କରି ଖୁସି ଲାଗିଲା,  ଯାହା ସ୍ମରଣୀୟ ହୋଇରହିବ । ଏହା ବ୍ୟତୀତ ଡାଇନୋ କହିଛନ୍ତି, ଭୁବନେଶ୍ୱର ପରି ଏନରଜେଟିକ୍‌  ଅଡିଏନ୍ସ ମିଳିବା ଉଚିତ । ଏହା କଳାକାରଙ୍କ ଉତ୍ସାହ ବଢ଼ାଇବ ।

   Related Posts