ଯାତ୍ରୀବାହୀ ଅଟୋ ପରେ ଡିଜେ ସାଉଣ୍ଡ ଗାଡିକୁ ୨୦,୫୦୦ଟଙ୍କାର ଫାଇନ୍

Published By : Prameya-News7 Bureau | March 03, 2020 IST

ସମ୍ବଲପୁର ୩।୩: ଆଜି କଡା ଆଭିମୁଖ୍ୟ ଗ୍ରହଣ କରିଛି ସମ୍ବଲପୁର ପରବିହନ ବିଭାଗ । ବିପଦଜ୍ଜନକ ଭାରେ ଯାତ୍ରିବାହୀ ଅଟୋରେ ମାଲ୍ ପରିବହନ ବେଳେ ୩୦,୫୦୦ ଫାଇନ୍ ଆଦାୟ ପରେ ଏବେ ପାଳି ପଡିଛି ଡିଜେ ସାଉଣ୍ଡ ଗାଡିର । ଗୋଟିଏ ଡିଜେ ସାଉଣ୍ଡ ଗାଡିକୁ ୨୦,୫୦୦ ଟଙ୍କାର ଫାଇନ କରାଯାଇଛି । ଆବଶ୍ୟକୀୟ କାଗଜପତ୍ର ଦେଖାଇନପାରିବାରୁ ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକରେ ଚେକିଂ ସମୟରେ ଗାଡିଟି ଧରାପଡିଛି ।

ଆଜି ସକାଳେ ମାଲ୍ ପରିବହନ ପାଇଁ ଅଟୋକୁ ଲାଗିଥିଲା ୩୦ହଜାର ୫ଶହ ଟଙ୍କାର ଫାଇନ୍ । ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀବାହୀ ଅଟୋରେ ମାଲ୍ ପରିବହନ କରୁଥିବାରୁ ଅଟୋକୁ ପରିବହନ ବିଭାଗ ଅଧିକାରୀ ୩୦ହଜାର ୫ଶହ ଫାଇନ କରିଥିଲେ । ଅଟୋ ନମ୍ବର ଥିଲା ଓଆର ୧୫କ୍ୟୁ ୫୩୬୫ । ବିନା ଡ୍ରାଇଭିଂ ଲାଇସେନ୍ସ ପାଇଁ ୫ହଜାର, ପଞ୍ଜୀକରଣ ନଥିବାରୁ ୫ହଜାର, ଓଭର ଲୋଡିଂ ପାଇଁ ୨୦ହଜାର ଫାଇନ ହୋଇଥିଲା ।

ସେହିପରି ଗତକାଲି ନାବାଳକ ଟ୍ରାଫିକ ନିୟମ ଉଲଂଘନ କରିବାରୁ ୪୩ ହଜାର ଟଙ୍କା ତଣ୍ଡ ଗଣିଥିଲେ ବାଇକ୍ ମାଲିକ। ନୂତନ ମୋଟର ଯାନ ଆଇନ ଆଧାରରେ ନାବାଳକଙ୍କୁ ବାଇକ୍ ଚଳାଇବାକୁ ଦେଇଥିବା ବ୍ୟକ୍ତିଙ୍କୁ ୪୩ ହଜାର ଟଙ୍କା ଜରିମନା ଦେବାକୁ ପଡିଥିଲା । ଏଥିରେ ନାବାଳକଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ଦେଇଥିବାରୁ ୨୫ ହଜାର, ହେଲମେଟ୍ ପିନ୍ଧି ନଥିବା, ପ୍ରଦୂଷଣ କାଗଜପତ୍ର ନଥିବା ଓ ଅନ୍ୟ ପ୍ରମାଣପତ୍ର ନଥିବାରୁ ୧୮ ହଜାର ଫାଇନ୍ ହୋଇଛି । ନୂଆ ନିୟମ ଅନୁସାରେ ନାବାଳକଙ୍କୁ ଯିଏ ଗାଡ଼ି ଚଳାଇବା ପାଇଁ ଅନୁମତି ଦେବେ, ତାଙ୍କଠାରୁ ଜରିମାନା ଆଦାୟ କରାଯିବ।

ସୂଚନାଯୋଗ୍ୟ ଯେ, ସରକାର ଦେଇଥିବା ୬ମାସ ଟ୍ରାଫିକ୍ ନିୟମ କୋହଳ ଅବଧି ଶେଷ ହୋଇଯାଇଛି । ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍, ଫିଟନେସ୍, ପରମିଟ୍ ଭଳି କାଗଜପତ୍ର ତିଆରି କରିବା ଲାଗି କଣ୍ଟ ଫେବୃଆରୀ ୨୯ ତାରିଖରେ ଶେଷ ହୋଇଛି । ଯେଉଁ ଗାଡ଼ି ଚାଳକ ନିୟମ ଉଲ୍ଲଂଘନ କରୁଛନ୍ତି କିମ୍ବା ଆବଶ୍ୟକ କାଗଜପତ୍ର ରଖି ନ ଥିବେ, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏନେଇ ଶନିବାର ରାଜ୍ୟ ପରିବହନ କମିସନର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏସପି ଓ ଡିଏସପିମାନଙ୍କୁ ଚିଠି ଲେଖିଥିଲେ । ଗତ ସେପ୍ଟେମ୍ବର ପହିଲାରେ ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.