ସମୟ କଟକଣା ପରେ ଡିଜେ ତାଳେ ତାଳେ ଚାଲିଥିଲା ନାଚଗୀତ, ଅଧା ଡ୍ୟାନ୍ସରୁ ଡିଜେ ନେଇଗଲା ପୋଲିସ

Published By : Prameya-News7 Bureau | February 26, 2024 IST

ଭୁବନେଶ୍ବର ୨୬।୨: ଭୁବନେଶ୍ବର ଇନ୍‌ଫୋସିଟି ଥାନାରେ ଡିଜେ । ସମୟ କଟକଣା ପରେ ବାର୍‌ରେ ଚାଲିଥିଲା ଡିଜେ । ଅଧା ଡ୍ୟାନ୍ସରୁ ଡିଜେ ନେଇଗଲା ପୋଲିସ । ଟପ୍ ନଚ୍ ଏବଂ ରିବର୍ନ ବାର୍ରୁ ଡିଜେ ହେଲା ସିଜ୍ । ବିନା ଲାଇସେନ୍ସରେ ବାର୍ ଭିତରେ ଡିଜେ ବଜାଇବା ପଡ଼ିଲା ମହଙ୍ଗା । ଅମାନିଆ ବାର୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ୍ ପୋଲିସ ।

ରବିବାର ଇନ୍‌ଫୋସିଟି ଥାନା ଅଞ୍ଚଳରେ ସ୍ଥାନୀୟ ପୋଲିସ ଦ୍ଵାରା ଚାଲିଥିଲା ବାର୍ ଚେକିଂ । ଚେକିଂ ବେଳେ ହାଇ ଡେସିବଲ୍ ଭାଲ୍ୟୁମ୍ୟୁରେ ଡ଼ିଜେ ବାଜୁଥିବା ଦେଖିଥିଲେ ପୋଲିସ । ଦସ୍ତାବିଜ୍ ଯାଞ୍ଚ ବେଳେ ରିବର୍ନ୍ ବାର୍ ର ମ୍ୟୁଜିକ୍ ଲାଇସେନ୍ସ ସରିଯାଇଥିବା ବେଳେ ଟପ୍ ନଚ୍ ନିର୍ଦ୍ଧାରିତ ସୀମା ପରେ ମଧ୍ୟ ଶବ୍ଦ ପ୍ରଦୂଷଣ କରି ଡିଜେ ବଜାଉଥିବା ଜଣାପଡିଥିଲା । ଜୋନ୍ ଏସିପିଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ଅଧିକାରୀମାନେ ଟପ୍ ନଚ୍ ଏବଂ ରିବର୍ନ ବାର୍ ଡିଜେକୁ ସିଜ୍ କରି ଥାନାକୁ ନେଇଥିଲେ । ବାରମ୍ବାର ଏପରି ଘଟୁଥିବାରୁ ଗୋଟିଏ ମାମଲା ରୁଜୁ କରି ତଦନ୍ତ କରୁଛି ଇନ୍‌ଫୋସିଟି ଥାନା ପୋଲିସ ।

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.