ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡ, ଏକ୍ସପୋଜ କରିବାକୁ ହୋଇଥିଲା ଗ୍ରୁପ୍

Published By : Prameya-News7 Bureau | March 24, 2023 IST

ଭୁବନେଶ୍ୱର ୨୪/୦୩: ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡ । ସାମ୍ନାକୁ ଆସିଲା ନୂଆ ସୁରାକ । ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟ୍ସଆପ ଗ୍ରୁପ୍ । ତିନିଜଣ ଯୁବତୀ କରିଥିଲେ ହ୍ଵାଟ୍ସଆପ ଗ୍ରୁପ୍ । ସାଇବର ଏକ୍ସପର୍ଟ ଯାଞ୍ଚ ପରେ ସାମ୍ନାକୁ ଆସିଲା ହ୍ଵାଟ୍ସଆପ୍ ଗ୍ରୁପ୍ ।

ଆଜେକ୍ସଙ୍କୁ ନେଇ ଅସଲ ମୁଖା ଖୋଲିବାକୁ ତିନି ଯୁବତୀ ଏକ ହୋଇଥିଲେ ତିନି ଯୁବତୀ ଏକାଠି ହୋଇ ଖୋଲିଥିଲେ ହ୍ଵାଟ୍ସଆପ ଗ୍ରୁପ୍ । ତିନି ଜଣଙ୍କୁ କିଭଳି ଆଜେକ୍ସ ପ୍ରେମ ଜାଲରେ ଫସାଇ ଥିଲେ ସେନେଇ ହ୍ୱାଟ୍ସଆପ୍ ଗ୍ରୁପ ରେ କଥା ହେଉଥିଲେ ପ୍ରେମିକମାନେ । ଏହି ଅଭିଯୋଗରେ ୩ ଯୁବତୀଙ୍କୁ ପଚରାଉଚରା କରିବ ଖାରବେଳନଗର ଥାନା ପୋଲିସ ।

ଡିଜେ ଆଜେକ୍ସ ଓରଫ୍‌ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟାର ରହସ୍ୟ ଦିନକୁ ଦିନ ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଚାଲିଛି । ଆଜେକ୍ସଙ୍କ ତ୍ରିକୋଣୀୟ ପ୍ରେମ କାହାଣୀରେ ଏବେ ଫସିଛନ୍ତି ଅନ୍ୟ ଜଣେ ବାନ୍ଧବୀ । ଆଜେକ୍ସ ଓ ପ୍ରେମିକାଙ୍କ ଜବତ ମୋବାଇଲ୍‌ରୁ ଡିଲିଟ୍‌ ହୋଇଥିବା ଫଟୋ, ଭିଡିଓ ଓ ମେସେଜ୍‌ ଚାର୍ଟ ହିଁ ଭେଦିବ ଆତ୍ମହତ୍ୟାର ରହସ୍ୟ ।

ଏହି ଅଦୃଶ୍ୟ ଡିଜିଟାଲ ଡାଟାର ପ୍ରମାଣ ସଂଗ୍ରହ କରିବା ଦାୟିତ୍ୱ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଏକ ଟେକ୍ନିକାଲ ଟିମ୍‌କୁ ଦିଆଯାଇଛି । ଆଗକୁ ରହସ୍ୟ ଉପରୁ ପର୍ଦ୍ଦା ହଟିବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.