ଡିଜେ ଆଜେକ୍ସ ଅକ୍ଷୟ ମୃତ୍ୟୁ ଘଟଣା, ବାନ୍ଧବୀ ଓ ପୁରୁଷ ବନ୍ଧୁଙ୍କୁ ଜେରା କରିବ ପୋଲିସ
20/03/2023 at 5:18 PM

ଭୁବନେଶ୍ୱର ୨୦/୦୩: ଡିଜେ ଆଜେକ୍ସ ଅକ୍ଷୟ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେବାରେ ଲାଗିଛି । ପ୍ରେମିକା ଓ ପ୍ରେମିକାଙ୍କ ସାଙ୍ଗଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଆଇପିସିରି ଧାରା ୩୦୬, ୩୪୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ପ୍ରେମିକା ଏବଂ ତାଙ୍କ ସାଙ୍ଗକୁ ଡାକି ପୋଲିସ ବୟାନ ରେକର୍ଡ କରିବ ।
ଡିଜେ ବଜାଇ ଚହଳ ପକାଇଥିଲେ ଆଜେକ୍ସ ଓରଫ ଅକ୍ଷୟ ମହାରଣା । ସମସ୍ତଙ୍କ ମନ ଜିଣିବାରେ ଆଜେକ୍ସ ଥିଲେ ମାହିର । ହେଲେ ନିଜ ପ୍ରେମିକାର ମନ ଜିଣିବା ପୁର୍ବରୁ ଜିବନ ହାରିଦେଲେ ଆଜେକ୍ସ । ଆଜେକ୍ସଙ୍କ ମୃତ୍ୟୁ ଘଟଣାରେ ପ୍ରେମିକାଙ୍କ ବିରୋଧରେ ୩୦୬ ବା ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ଲଗାଇଛି ଖାରବେଳନଗର ଥାନା ପୋଲିସ ।
ଖୁବଶୀଘ୍ର ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡଙ୍କୁ ଥାନାକୁ ଡାକି ଜେରା କରିବ ପୋଲିସ । ଗତ ବାଲିଯାତ୍ରା ସମୟରେ ଉଭୟ କଟକ ବାଲିଯାତ୍ରା ପଡିଆରେ ଏକାଠି ହୋଇଥିଲେ । ସେଠାରେ ମାଙ୍କ ସହିତ ପ୍ରେମିକାଙ୍କୁ ପରିଚିତ କରାଇଥିଲେ ଆଜେକ୍ସ । ଝିଅ ପୁଅ ବାଲିଯାତ୍ରାରେ ବୁଲିବା ପରେ ତାକୁ ବିବାହ କରିବାକୁ ଚାହୁଁଥିବା ମଧ୍ୟ ମାଙ୍କୁ ଜଣାଇଥିଲେ ଆଜେକ୍ସ । କିନ୍ତୁ କିଛିଦିନ ହେଲା ଯୁବତୀ ଜଣଙ୍କ ଅକ୍ଷୟଙ୍କୁ ବ୍ଲାକମେଲ କରି ଟଙ୍କା ନେଉଥିଲେ। ମୃତ୍ୟୁ ପୂର୍ବରୁ ୧୫ ହଜାର ଟଙ୍କା ଅନଲାଇନରେ ନେବା ସହ ଯୁବତୀଜଣଙ୍କ ଘର ତଳକୁ ଡାକି ଅକ୍ଷୟଙ୍କୁ ମାଡ଼ ମାରିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ମଙ୍ଗଳବାର ଆଜେକ୍ସଙ୍କ ପ୍ରେମିକା ଓ ଯୁବ ବନ୍ଧୁଙ୍କୁ ଡାକି ପଚରା ଉଚୁରା କରିବାକୁ ଯୋଜନା କରିଛି ଖାରବେଳନଗର ଥାନା ପୋଲିସ । ଏପଟେ ଆଜେକ୍ସ , ତାଙ୍କ ପ୍ରେମିକା ଓ ଅନ୍ୟ ପୁରୁଷ ବନ୍ଧୁଙ୍କ ସିଡ଼ିଆର ରିପୋର୍ଟ ଯାଞ୍ଚ କରୁଛି ପୋଲିସ । ଆଜେକ୍ସଙ୍କ ଆକାଉଣ୍ଟରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟ୍ରାଞ୍ଜାକ୍ସନ ସମ୍ପର୍କରେ ଜାଣିବା ପାଇଁ ବ୍ୟାଙ୍କ ସହ ଯୋଗାଯୋଗ କରିଛି କମିଶନରେଟ ପୋଲିସ। ।
ତ୍ରିକୋଣୀୟ ପ୍ରେମ ପାଇଁ ୨୦୨୦ ମସିହାରେ ସହିଦନଗର ରେ ଅକ୍ଷୟଙ୍କୁ ମରଣାନ୍ତକ ଆକ୍ରମଣ ହେବା ସହ ତାଙ୍କ ଗାଡି ଭଙ୍ଗାରୁଜା ହୋଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ମୋବାଇଲରେ ଥିବା ତଥ୍ୟ ଭେସେରା ରିପୋର୍ଟ ଆସିବା ପରେ ଅନେକ କଥା ସ୍ପଷ୍ଟ ହେବ । କିନ୍ତୁ ମୋ ପୁଅକୁ ଯିଏ ମାରିଛି ତାକୁ କଠୋର ଦଣ୍ଡ ବିଧାନ କରିବାର ଆବସ୍ୟ ବୋଲି କୋହଭରା କଣ୍ଠରେ କହିଛନ୍ତି ଆଜେକ୍ସଙ୍କ ବାପା ଓ ମା ।