oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଭିନେତ୍ରୀ କନିଷ୍କା ନିଜେ ନିଜକୁ କଲେ ବିବାହ, କହିଲେ-ମୋତେ ପୁରୁଷ ଦରକାର ନାହିଁ

18/08/2022 at 10:45 AM

ମୁମ୍ବାଇ ୧୮।୦୮: ବିବାହ ଓ ପ୍ରେମ ସମ୍ପର୍କକୁ ନେଇ ଲୋକଙ୍କ ଚିନ୍ତାଧାରା ଏବେ  ବଦଳୁଛି । ଆଧୁନିକ ସମାଜରେ ଅନେକ ମହିଳା ଏକାକୀ ଜୀବନ  ବିତାଇବାକୁ ପସନ୍ଦ କରୁଛନ୍ତି । ଏହି ତାଲିକାରେ ସାମିଲ୍‌ ହେଉଛନ୍ତି ଟିଭି ଧାରାବାହିକ ‘ଦିୟା ଔର ବାତୀ  ହମ୍‌’ ଅଭିନେତ୍ରୀ କନିଷ୍କା ସୋନି। ଠିକ୍‌ ସେ ମଧ୍ୟ ସେମିତି ଚିନ୍ତାଧାରା ରଖନ୍ତି ।  ସେଥିପାଇଁ ସେ ନିଜକୁ ବିବାହ କରିଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା  ସତ । କନିଷ୍କା ନିଜର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ  ମଥାରେ ସିନ୍ଦୂର ଲଗାଇଛନ୍ତି ଏବଂ ବେକରେ ମଙ୍ଗଳସୂତ୍ର ପିନ୍ଧିଛନ୍ତି । 

କିନ୍ତୁ ସବୁଠାରୁ ବଡ କଥା ହେଉଛି ଫଟୋ ସହ ସେ ଯାହା କ୍ୟାପ୍‌ସନ ଲେଖିଛନ୍ତି, ତାହା ଦେଖି ଲୋକେ  ଚକିତ ହେଉଛନ୍ତି । ସିନ୍ଦୂର ଓ ମଙ୍ଗଳସୂତ୍ର ପିନ୍ଧିଥିବା ଫଟୋ  ସେୟାର କରି କନିଷ୍କା ଲେଖିଛନ୍ତି ‘ମୁଁ ନିଜକୁ ହିଁ ବିବାହ କରିଛି ।  ମୁଁ ମୋର ସମସ୍ତ ସ୍ୱପ୍ନ ନିଜେ ପୂରଣ କରିଛି । ଯେଉଁ ବ୍ୟକ୍ତିକୁ ମୁଁ  ଭଲପାଏ, ସେ ହେଉଛି ମୁଁ ନିଜେ । ମୋତେ କୌଣସି ପୁରୁଷର ଆବଶ୍ୟକତା  ନାହିଁ । ମୁଁ ମୋର ଗିଟାର୍‌ ସହିତ ସର୍ବଦା ଏକାକୀ ଓ ଏକାନ୍ତରେ  ଖୁସି ଅଛି । ମୁଁ ଦେବୀ, ମୁଁ ମଜବୁତ ଓ ଶକ୍ତିଶାଳୀ । ଶିବ ଓ ଶକ୍ତି  ସବୁ କିଛି ମୋ ଭିତରେ ଅଛି । ଧନ୍ୟବାଦ ।

କନିଷ୍କାଙ୍କର ଏହି  ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କନିଷ୍କା ‘ଦିୟା ଔର ବାତୀ  ହମ୍‌’, ‘ପବିତ୍ର ରିସ୍ତା’ ଓ ‘ଦେବୀ ଆଦି ପରାଶକ୍ତି’ ଭଳି ଅନେକ  ହିଟ୍‌ ଧାରାବାହିକରେ କାମ କରିଛନ୍ତି । ସେ ଏବେ ହଲିଉଡ୍‌ରେ  ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସେଥିପାଇଁ ବର୍ତ୍ତମାନ ସେ ଟିଭି ଇଣ୍ଡଷ୍ଟ୍ରି ଛାଡ଼ିଛନ୍ତି।

   Related Posts