Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଏଥର ବି ଦୀପାବଳିରେ ଫୁଟିବନି ବାଣ, ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

7/09/2022 at 12:34 PM

ନୂଆଦିଲ୍ଲୀ: ଏଥର ବି ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ଫୁଟିବ ନାହିଁ ବାଣ। ବିନା ଫୋଟକାରେ ପାଳନ କରାଯିବ ଆଲୋକର ପର୍ବ ଦୀପାବଳି। ବୁଧବାର ଦିଲ୍ଲୀ ସରକାର ବାଣ ବିକ୍ରି ଏବଂ ଏହାର ବ୍ୟବହାର ଉପରେ ୨୦୨୩ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଲ ରାୟ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି। ଏଥର ଅନଲାଇନ ବିକ୍ରି ଏବଂ ଡେଲିଭରୀ ଉପରେ ମଧ୍ୟ ରୋକ୍ ଲଗାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ରାଜଧାନୀରେ ପ୍ରଦୂଷଣ ମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏମିତି ନିର୍ଣ୍ଣୟ ନିଆଯାଇଥିବା ମନ୍ତ୍ରୀ ଗୋପାଲ ରାୟ କହିଛନ୍ତି। ଏମିତି ହେଲେ ଲୋକଙ୍କ ଜୀବନ ଉପରେ ପଡୁଥିବା ନକରାତ୍ମକ ପ୍ରଭାବ ହ୍ରାସ ପାଇବ। ଏହି ନିୟମକୁ ଦୃଢତାର ସହ ଲାଗୁ କରାଯିବ ଏବଂ ଏଥିପାଇଁ ଦିଲ୍ଲୀ ପୋଲିସର ସହଯୋଗ ନିଆଯିବ। ତେଣୁ ଏଥର ଅଫଲାଇନ ସହ ଅନଲାଇନ ବିକ୍ରି ଉପରେ ମଧ୍ୟ ରୋକ୍ ଲଗାଯାଇଛି। କଟକଣାକୁ ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଡିପିସିସି ଏବଂ ରାଜସ୍ଵ ବିଭାଗ ସହିତ ମିଶି ଯୋଜନା ପ୍ରସ୍ତୁତ କରାଯାଇଥିବା ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରତି ବର୍ଷ ଶୀତ ଋତୁ ଆରମ୍ଭ ସହିତ ବାୟୁର ଗୁଣବତ୍ତା ନିମ୍ନସ୍ତରକୁ ଚାଲିଯାଏ। ଦୀପାବଳି ସମୟରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅହେତୁକ ବୃଦ୍ଧି ପାଇଥାଏ। ପ୍ରଦୂଷଣ ରେକର୍ପସ୍ତରକୁ ଚାଲିଯାଏ। ଗତ ବର୍ଷ ମଧ୍ୟ ବାଣ ବିକ୍ରି ଉପରେ ରୋକ୍ ଲଗାଯାଇଥିଲା। କିନ୍ତୁ ଏହାକୁ କଠୋରତାର ସହ ଲାଗୁ କରିବା ଦିଲ୍ଲୀ ସରକାର ପାଇଁ ଏକ ଚ୍ୟାଲେଞ୍ଜ। କାରଣ ଦୀପାବଳିରେ ବାଣ ବିକ୍ରିକୁ ନେଇ ଖୁବ୍ ରାଜନୀତି ହୋଇଥାଏ।

   Related Posts