ଦିବାଲୀ ମୂହୁର୍ତ୍ତ ଟ୍ରେଡିଂ ୩୧ ଅକ୍ଟୋବର ନା ୧ ନଭେମ୍ବର, ନୋଟ୍ କରି ନିଅନ୍ତୁ ତାରିଖ ଓ ସମୟ

Published By : Prameya-News7 Bureau | October 27, 2024 IST

ମୁମ୍ବାଇ ୨୭।୧ : ଦୀପାବଳି କେଉଁ ଦିନ ପାଳନ ହେବ ଏହାକୁ ନେଇ ଏ ବର୍ଷ ଅଧିକାଂଶ ଲୋକେ ଭ୍ରମରେ ଅଛନ୍ତି। ତେବେ ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟରୁ ଆରମ୍ଭ କରି ବିଶ୍ୱ ହିନ୍ଦୁ ପରିଷଦ ଅକ୍ଟୋବର ୩୧ରେ ଦୀପାବଳି ପାଳନ କରିବେ। ଏଥି ମଧ୍ୟରେ ସେୟାର ବଜାରରେ ଏଥର ୧ ନଭେମ୍ବର ଦୀପାବଳି ଛୁଟି ରହିବ ଓ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ଦିନ ମୂହୁର୍ତ୍ତ ଟ୍ରେଡିଂ ଅନୁଷ୍ଠିତ ହେବ। ତେବେ ଅକ୍ଟୋବର ୩୧ ତାରିଖ ଦିନ ଅନ୍ୟ ସାଧାରଣ ଦିନ ଭଳି ଟ୍ରେଡିଂ ଜାରି ରହିବ। 

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ଦ୍ୱାରା ଦୀପାବଳିର ଖାସ ଅବସରରେ ହେଉଥିବା ‘ମୂହୁର୍ତ୍ତ ଟ୍ରେଡିଂ’ର ତାରିଖ ୧ ନଭେମ୍ବର ୨୦୨୪କୁ ଧାର୍ଯ୍ୟ କରାଯାଇଛି। ଏହି ଦିବାଲୀ ସ୍ପେଶାଲ ସେସନ ସଂଧ୍ୟା ୬ଟାରୁ ୭ଟା ମଧ୍ୟରେ ଅନୁଷ୍ଠିତ ହେବ। ଉଲ୍ଲେଖଯୋଗ୍ୟ ଯେ  ସବୁବର୍ଷ ଦୀପାବଳିରେ ସେୟାର ବଜାର ମାତ୍ର ଘଣ୍ଟାକ ଲାଗି ଖୋଲିଥାଏ ଓ ସ୍ୱତନ୍ତ୍ର କାରବାର ମଧ୍ୟ ହୋଇଥାଏ। ଏହା ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ନୂଆବର୍ଷ ସମ୍ବତ ୨୦୮୧ପ୍ରାରମ୍ଭର ପ୍ରତୀକ। 

ବିଏସଇ ଅଧିକାରୀ ୱେବସାଇଟ୍ ଅନୁସାରେ ମୂହୁର୍ତ୍ତ ଟ୍ରେଡିଂ ୧ ନଭେମ୍ବର ୨୦୨୪ (ଦୀପାବଳି-ଲକ୍ଷ୍ମୀପୂଜନ)ରେ ଅନୁଷ୍ଠିତ ହେବ। ଏଥିରେ ମୂହୁର୍ତ୍ତ ଟ୍ରେଡିଂର ସମୟ ପରେ ଅଧିସୂଚିତ କରାଯିବ ବୋଲି କୁହାଯାଇଛି। ବିଏସଇ ଏହା ମଧ୍ୟ କହିଛନ୍ତି ଏକ୍ସଚେଞ୍ଜରେ ଦିଆଯାଉଥିବା ଛୁଟି ମଧ୍ୟରୁ କୌଣସିଟିରେ ମଧ୍ୟ ପରିବର୍ତ୍ତନ ହୋଇପାରେ, ଯେଉଁଥି ପାଇଁ ପୂର୍ବରୁ ଏକ ଅଲଗା ସର୍କୁଲାର ଜାରି କରାଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.