ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନତେରସ୍ ; ଏହି ଦିନ ସୁନା, ରୁପା ସମେତ ଅନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ରହିଛି ବିଶ୍ବାସ
5/11/2018 at 11:32 AM

ଭୁବନେଶ୍ବର ୫|୧୧: ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନତେରସ୍ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସାରା ରାଜ୍ୟ । ରଙ୍ଗୀନ ଆଖି ଝଲସା ଆଲୋକମାଳାରେ ସଜେଇ ହୋଇଛି ଦୋକାନ ବଜାର । ସୁନା ଦୋକାନ ଆଗରେ ଲାଗିଛି ବଡ ବଡ ଅଫରର ହୋଡିଂ । ଗ୍ରାହକଙ୍କୁ ଟାଣିବାକୁ ଦେଇଛନ୍ତି ଭଳିକି ଭଳି ମନଲୋଭା ଅଫର । ଯଦିଓ ସୁନା ଦର ମହଙ୍ଗା ରହିଛି । ଭଲ ପାଗ ଓ ଇନକ୍ବାରୀ ବେପାରକୁ ଉପରମୁହାଁ କରିବ ବୋଲି ସୁନା ବ୍ୟବସାୟୀ ଆଶା ରଖିଛନ୍ତି । ଏହି ଦିନ ସୁନା, ରୁପା ସମେତ ଅନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023