ଆଜି ପବିତ୍ର ଦୀପାବଳି, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 12, 2023 IST

ଭୁବନେଶ୍ୱର ୧୨।୧୧ : ଆଜି ପବିତ୍ର ଦୀପାବଳି । ଆଲୋକର ପର୍ବ ଦୀପାବଳି । ଗାଁରୁ ସହର ସବୁଠି ଜଳ ଉଠିବ ଲକ୍ଷ ଲକ୍ଷ ଦୀପ । ମନ୍ଦିର, ଘର, ଅଫିସ, ବ୍ୟବସାୟୀ ପ୍ରତିଷ୍ଠାନାରେ ସବୁଠୁ ଝଲସିବ ।ତେବେ ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବହୁ ବିଶିଷ୍ଠ ବ୍ୟକ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଦି ଟ୍ୱିଟ୍‌ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଦୀପାବଳି ଅବସରରେ ମୋ ତରଫରୁ ପୁରା ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

wp:html /wp:html

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି କହିଛନ୍ତି ଯେ, ଦେଶବାସୀଙ୍କୁ ମୋ ତରଫରୁ ଦୀପାବଳିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

wp:html /wp:html

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଆଲୋକର ପର୍ବ ଦୀପାବଳି ଅବସରରେ ରାଜ୍ୟର ସବୁ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଉଛି। ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ।

wp:html /wp:html wp:embed {"url":"https://www.prameyanews7.com/coach-rahul-dravid-happy-on-middle-order-batting/","type":"wp-embed","providerNameSlug":"prameya-news-7"}
https://www.prameyanews7.com/coach-rahul-dravid-happy-on-middle-order-batting/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.