ଇଟାଲୀରେ ଚୋରୀ ହେଲା ଦିବ୍ୟଙ୍କା-ବିବେକଙ୍କ ପାସପୋର୍ଟ-ଟଙ୍କା, ଭାରତ ଫେରିବା ପାଇଁ ମାଗିଲେ ସାହାଯ୍ୟ

Published By : Prameya-News7 Bureau | July 12, 2024 IST

ମୁମ୍ଵାଇ ୧୨।୦୭: ଟେଲି ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଏବଂ ତାଙ୍କ ସ୍ୱାମୀ ବିବେକ ଦହିୟା ସୋସିଆଲ ମିଡିଆରେ ଦୁହେଁ ଖୁବ୍‌ ଆକ୍ଟିଭ୍‌ । ଉଭୟଙ୍କ ଫ୍ୟାନ୍ସ ଫଲୋର୍ସ ମଧ୍ୟ ଖୁବ୍‌ ଅଧିକ । ସେ ତାଙ୍କର ୟୁରୋପ ଟ୍ରିପ୍‌କୁ ଯାଇଥିଲେ । ଯାହାର ଫଟୋ ଯାଇ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରୁଥିଲେ କିନ୍ତୁ ସେଠାରେ ତାଙ୍କ ସହ ଏକ ଘୋଟାଲା ହୋଇଥିଲା। ଏଥର ଏହି ଦମ୍ପତି କିଛି ଗମ୍ଭୀର କାରଣରୁ ଚର୍ଚ୍ଚାରେ ଅଛନ୍ତି।  ସେଠାରେ ସେମାନଙ୍କ ଟଙ୍କା ଠାରୁ ପାସପୋର୍ଟପର୍ସ ପର୍ଯ୍ୟନ୍ତ ସବୁ ଜିନିଷ ଲୁଟ ହୋଇଛି।

ଏକ ସାକ୍ଷାତକାରରେ ଅଭିନେତ୍ରୀ ଦିବ୍ୟଙ୍କା କହିଛନ୍ତି ଯେ ଫ୍ଲୋରେନ୍ସରେ ପହଞ୍ଚିବା ପରେ ତାଙ୍କୁ ଲୁଟି ନେଇ ଯାଇଛନ୍ତି। ସେମାନେ ଜିନିଷପତ୍ର ଲୁଟି ନେଇଥିଲେ। ଆମର ସମସ୍ତ ଜିନିଷ ବାହାରେ ପାର୍କିଂ କାରରେ ଛାଡି ଦେଇଥିଲୁ। ଯେତେବେଳେ ଆମେ ଲଗେଜ୍ ସଂଗ୍ରହ କରିବାକୁ ଫେରିଲୁକାରଟି ଭାଙ୍ଗି ଯାଇଥିବାର ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ ଏବଂ ଆମର ପାସପୋର୍ଟୱାଲେଟ୍ଟଙ୍କାଏବଂ ଆମର ସମସ୍ତ ମୂଲ୍ୟବାନ ଜିନିଷ ନିଖୋଜ ହୋଇଯାଇଥିଲା। କିଛି ପୁରୁଣା ପୋଷାକ ଏବଂ ଖାଦ୍ୟ ସାମଗ୍ରୀ ଛାଡି ଦେଇଥିଲେ ।


ଅଭିନେତ୍ରୀ କହିଛନ୍ତି ଯେ ସେ ସ୍ଥାନୀୟ ପୋଲିସ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କୁ କୌଣସି ସାହାଯ୍ୟ ମିଳିନାହିଁ। ଏପରିକି ସିସିଟିଭି କ୍ୟାମେରା ଅଭାବରୁ ପୋଲିସ ସେମାନଙ୍କୁ ସାହାଯ୍ୟ କରିପାରି ନଥିଲା। ଏହି ଦମ୍ପତି ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ଏହା ବନ୍ଦ ହୋଇଯାଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.