ଦିବ୍ୟାଙ୍ଗ ମହିଳା ଅନ୍ୟଙ୍କ ପାଇଁ ସାଜିଲେ ଉଦାହରଣ : ନିଜ ପେନସନ୍ ଟଙ୍କାରେ ମାସ୍କ ତିଆରି କରି ବାଣ୍ଟିଲେ ମାଗଣାରେ
29/04/2020 at 6:03 PM

କୋଝିକୋଡ଼ ୨୯/୪: କେରଳର କୋଝିକୋଡ଼ର କୁଥାଲି ପଞ୍ଚାୟତରେ ରହୁଥିବା ୪୮ବର୍ଷ ବୟସ୍କା ଲୀଲା କରୋନାକୁ ହରାଇବାରେ ନିଜର ଯୋଗଦାନ ଦେଉଛନ୍ତି। ଲୀଲାଙ୍କ ପିଲାଦିନୁ ଦୁଇ ଗୋଡ଼ ଦୁର୍ବଳ ଏବଂ ଅନ୍ୟଙ୍କ ତୁଳନାରେ ଛୋଟ। ଏହି କାରଣରୁ ତାଙ୍କୁ ଚାଲିବାରେ ଅସୁବିଧା ହୋଇଥାଏ। କିନ୍ତୁ ସେ ସିଲେଇ ମେସିନ୍ ସାହାଯ୍ୟରେ ମାସ୍କ ତିଆରି କରୁଛନ୍ତି।
ସେ ଘରେ ରହି ଏବେ ସୁଦ୍ଧା ୯୦୦ମାସ୍କ ବନାଇ ସାରିଛନ୍ତି,ଯାହାକୁ ଅଭାବୀ ଲୋକଙ୍କୁ ବଣ୍ଟାଯାଇଛି। ସେ କାହାଠୁ କୌଣସି ପ୍ରକାରର ସାହାଯ୍ୟ ନ ନେଇ ଏହି ସହଯୋଗ କରିଛନ୍ତି। ମାସ୍କ ତିଆରି କରିବା ପାଇଁ ସେ ଟଙ୍କା ବ୍ୟବସ୍ଥା ନିଜ ପେନସନରୁ କରିଥିଲେ। ସେ ଏହି କାମ କରି ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
Related Posts
୭୦,୦୦୦ କର୍ମଚାରୀଙ୍କ ଛଟେଇ ମାନ୍ଦାବସ୍ଥାର ସଂକେତ କି ?
26 January 2023