ଦୃଷ୍ଟିହୀନ ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ୭ ୱିକେଟ୍‌ରେ ହରାଇଲା ଭାରତ, ରନ୍‌ ବର୍ଷା କଲେ ଟି ଦୁର୍ଗା

Published By : Prameya-News7 Bureau | December 13, 2022 IST

କଟକ ୧୩/୧୨: ବାରବାଟି ଷ୍ଟାଡିୟମରେ ଦୃଷ୍ଟିହୀନ ଟି୨୦ କ୍ରିକେଟ୍‌ ବିଶ୍ବକପର ତୃତୀୟ ଲିଗ୍‌ରେ ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଛି ଭାରତ। ଟି ଦୁର୍ଗା ରାଓଙ୍କ ୭୩ ରନ୍‌ର ଧୁଆଁଧାର ଇନିଂଶ ବଳରେ ୬ ଓଭର ଗୋଟିଏ ବଲ ବାକିଥାଇ ଭାରତ ମ୍ୟାଚ ଜିତିବା ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ସେପଟେ ଏହି ମ୍ୟାଚ ଆୟୋଜନର ସୌଭାଗ୍ୟ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ) ମିଳିଥିବାରୁ ଓସିଏ କର୍ତ୍ତୃପକ୍ଷ ବହୁତ ଖୁସିଥିବା ଜଣାପଡ଼ିଛି।

{"id":720670,"sizeSlug":"full","linkDestination":"none"}

ମଙ୍ଗଳବାର ସକାଳୁ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସୁନ୍ଦର ବୋଲିଂ ଓ କ୍ଷେତ୍ରରକ୍ଷଣ ପାଇଁ ବାଂଲାଦେଶକୁ ଭାରତ ୧୬୬ ରନରେ ସୀମିତ ରଖିଥିଲା। ଦଳ ପକ୍ଷରୁ ଅଧିନାୟକ ଆସିକୁର ରେହେମାନ ସବୁଠାରୁ ଅଧିକ ୭୫ ରନ କରିଥିଲେ। ଭାରତ ପକ୍ଷରୁ ଖେଳୁଥିବା ଓଡ଼ିଆ ଖେଳାଳୀ ନକୁଳ ଗଡ଼ନାୟକ ୨ଓଭରରେ ମାତ୍ର ୭ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ। ଜବାବରେ ଭାରତ ପାଳି ଆରମ୍ଭ କରି ୨ ଓପନର ସୁନ୍ଦର ବ୍ୟାଟିଂ କରିଥିଲେ।

ଓଡ଼ିଆ ଖେଳାଳୀ ନକୁଳ ୩୬ ରନ୍‌ କରି ଦଳର ମୂଳଦୁଆ ଶକ୍ତ କରିଥିଲେ। ଟି ଦୁର୍ଗା ରାଓଙ୍କ ରନବର୍ଷା ଦଳକୁ ମାତ୍ର ୧୩ ଓଭର ୫ଟି ବଲ୍‌ରେ ଜିତାଇଥିଲା। ଦୁର୍ଗା ରାଓଙ୍କ ବ୍ୟାଟିଂରେ ପଡ଼ିନଥିଲା ପୂର୍ଣ୍ଣଛେଦ। ବ୍ୟକ୍ତିଗତ ୪୩ ବଲରେ  ୭୩ରନ କରି ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

{"id":720671,"sizeSlug":"full","linkDestination":"none"}

ସେପଟେ ଓସିଏ ଏହି କ୍ରିକେଟ ଆୟୋଜନକୁ ଗୁରୁତ୍ୱ ଦେଇ ଦୃଷ୍ଟିହୀନ କ୍ରିକେଟ ପ୍ରତି ଲୋକଙ୍କ ରୁଚି ବଢାଇବାକୁ ଚେଷ୍ଟା କରୁଛି ବୋଲି ଓସିଏର ଜଣେ ଅଧିକାରୀ କହିଛନ୍ତି। ଏହା ସହ ଓଡ଼ିଶାର ଦୃଷ୍ଟିହୀନ କ୍ରିକେଟରମାନଙ୍କୁ ଏହି ଆୟୋଜନ ଉତ୍ସାହିତ କରିବ ବୋଲି ସେ ଜଣାଇଛନ୍ତି। ଦୃଷ୍ଟିହୀନ କ୍ରିକେଟରେ ବି-ଓ୍ବାନ,ବି-ଟୁ ଓ ବି-ଥ୍ରି ଗ୍ରେଡ ଅନୁସାରେ ଖେଳାଳୀ ଭାଗ ନିଅନ୍ତି।

{"id":720672,"sizeSlug":"full","linkDestination":"none"}

ଯେଉଁମାନଙ୍କର ଆଦୌ ଦୃଷ୍ଟି ଶକ୍ତି ନାହିଁ ସେମାନେ ବି-ଓ୍ବାନ ଗ୍ରେଡରେ ଖେଳନ୍ତି। ପ୍ରତି ଟିମରେ ଚାରି ଜଣ ବି-ଓ୍ବାନ ଖେଳାଳୀ ରହିବା ବାଧ୍ୟତାମୂଳକ। ବି ଓ୍ବାନ ଖେଳାଳୀ ଯେତିକି ରନ କରିବେ ତାର ଦୁଇ ଗୁଣା ରନ ସ୍କୋର ଭାବେ ଗଣାଯାଏ। ସେହିଭଳି ବି-ଓ୍ବାନ ଖେଳାଳୀ ଗୋଟିଏ ଡ୍ରପରେ କ୍ୟାଚ ଧରିଲେ ତାହା ଆଉଟ ବୋଲି ଗଣାଯାଏ।

{"id":720669,"sizeSlug":"full","linkDestination":"none"}

ଅନ୍ୟପଟେ କିଛିକାଂଶ ଦୃଷ୍ଟିହୀନ ଖେଳାଳୀ ବି-ଟୁ ଗ୍ରେଡରେ ରହନ୍ତି। ବି-ଟୁ ଗ୍ରେଡ୍‌ରେ ୩ ଜଣ ଖେଳାଳୀ ଟିମ୍‌ରେ ରହିବା ବାଧ୍ୟତାମୂଳକ। ସେହିପରି ଅଳ୍ପ ଦେଖି ପାରୁଥିବା ଖେଳାଳି ବି ଥ୍ରି ଗ୍ରେଡ୍‌ରେ ରହିଥାଆନ୍ତି। ବି ଥ୍ରି ଗ୍ରେଡର ୪ ଜଣ ଖେଳାଳୀ ଟିମରେ ରହିବା ବାଧ୍ୟତାମୂଳକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.