ଗୁପ୍ତ ବିବାହ କଲେ ଟିଭି କଳାକାର ଦିବ୍ୟା - ବାପା ମାଆ କରୁଥିଲେ ଏହାର ବିରୋଧ

Published By : Prameya-News7 Bureau | December 23, 2019 IST

ମୁମ୍ବଇ - ଟିଭି କଳାକାର ଦିବ୍ୟା ଭଟ୍ଟନାଗର ଗୁପ୍ତରେ ବିବାହ କରିଛନ୍ତି । ଅନ୍ୟ ଜାତିରେ ବିବାହାକୁ ତାଙ୍କର ବାପା ମାଆ ବିରୋଧ କରୁଥିଲେ । ସେ ଇନଷ୍ଟା ଗ୍ରାମରେ ବିବାହର ଫଟୋ ସେୟାର କରିବା ପରେ ଏହି ବିବାହ ସମ୍ପର୍କରେ ଜଣା ପଡିଛି । ଦିବ୍ୟା ରିସ୍ତା କ୍ୟା କେହେଲାତା ହେ ଲୋକପ୍ରିୟତା ପାଇଥିଲେ ।

{"id":201615,"sizeSlug":"large"}

ଦିବ୍ୟା ଦୀର୍ଘଦିନ ଧରି ଗଗନ ନାମକ ବ୍ୟାକ୍ତିଙ୍କୁ ପ୍ରେମ କରୁଥିଲେ । ଏବେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଏମାନେ ଅନେକ ଦିନ ଦରି ପରସ୍ପରକୁ ଡେଟିଂ କରୁଥିଲେ। ଗତ ୪ ବର୍ଷ ତଳେ ଏମାନଙ୍କର ନିର୍ବନ୍ଧ ହୋଇଥିଲା । ୨୦୧୫ରେ ରିଙ୍ଗ ସେରିମନି ହୋଇଥିଲେ ମଧ୍ୟ ଏମାନଙ୍କର ବିବାହ ସମ୍ଭବ ପର ହୋଇପାରି ନଥିଲା ।

{"id":201625,"sizeSlug":"large"}

ମୁମ୍ବାଇରେ ଥିବା ଏକ ଗୁରୁଦ୍ୱାରରେ ଏମାନଙ୍କର ବିବାହ ହୋଇଛି । ଏମାନଙ୍କର ବିବାହକୁ ଦିବ୍ୟାଙ୍କର ପିତାମାତା ବିରୋଧ କରୁଥିବା ସୂଚନା ମିଳିଛି । ମାତ୍ର ଦିବ୍ୟା ଅଲଗା କଥା କହିଛନ୍ତି । ସେ ସାଧାରଣ ଭାବେ ବିବାହ କରିବାକୁ ଚାହୁଁ ଥିବାରୁ ଏପରି ଲୁଚେଇକି ବାହା ହୋଇଥିବା କଥା କହିଛନ୍ତି ।


ତାଙ୍କର ପରମ୍ପରା ଅନୁସାରେ ମେହେନ୍ଦୀ ଓ ଅନ୍ୟ ବିବାହ ପୂର୍ବ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଦିବ୍ୟା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.