ମୁମ୍ଵାଇ ୨୨।୦୨: ଦିବ୍ୟା ଖୋସଲା କୁମାର। ବଲିଉଡର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କର ଉତ୍କୃଷ୍ଟ ଅଭିନୟ ଏବଂ ସୁନ୍ଦର ଚେହେରା ଯୋଗୁଁ ସେ ପ୍ରାୟତଃ ଲାଇମ୍ ଲାଇଟରେ ରହିଥାନ୍ତି। ଏବେ ଦିବ୍ୟା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଟି-ସିରିଜର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କୁ ବିବାହ କରିଛନ୍ତି। ଏହି ଦମ୍ପତି ସର୍ବଦା ସେମାନଙ୍କର ରିଅଲ ଲାଇଫ୍କୁ ବ୍ୟକ୍ତିଗତ ରଖିଆସିଛନ୍ତି। କିନ୍ତୁ ବର୍ତ୍ତମାନ ଏହି ଦମ୍ପତିଙ୍କ ମଧ୍ୟରେ ସବୁ କିଛି ଠିକ୍ ନଥିବା ଶୁଣିବାକୁ ମିଳିଛି।
ନିକଟରେ ରେଡିଟର ଏକ ପୋଷ୍ଟ ଖୁବ୍ ଭାଇରାଲ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଇଛି କି ଯେ, ଦିବ୍ୟା, କୁଆଡେ ଭୂଷଣଙ୍କୁ ଛାଡ଼ପତ୍ର ଦେବେ। ସୂଚନା ମୁତାବକ, ରେଡିଟରେ ଜଣେ ୟୁଜର୍ସ ଦିବ୍ୟା ଖୋସଲାଙ୍କ ଇନଷ୍ଟା ହ୍ୟାଣ୍ଡେଲର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି। ଯେଉଁଥିରେ ଦିବ୍ୟା ନିଜ ନାମରୁ କୁମାର ହଟାଇ ଦେଇଛନ୍ତି। ଆଗରୁ ତାଙ୍କ ଇନଷ୍ଟା ହ୍ୟାଣ୍ଡେଲର ନାମ ଦିବ୍ୟା ଖୋସଲା କୁମାର ଥିବା ବେଳେ ଏବେ କେବଳ ଦିବ୍ୟା ଖୋସଲା ରହିଥିବା ଦାବି କରାଯାଇଛି।
ଏହା ସହ କୁହାଯାଉଛି ଯେ, ଦିବ୍ୟା ସ୍ଵାମୀ ଭୂଷଣ କୁମାରଙ୍କ ଟି-ସିରିଜକୁ ମଧ୍ୟ ଅନଫଲୋ କରିଛନ୍ତି। ରେଡିଟ୍ରେ ସେୟାର ହୋଇଥିବା ଏହି ପୋଷ୍ଟରେ ଲେଖା ହୋଇଛି, “କାହିଁକି ଦିବ୍ୟା ଖୋସଲା ଆଉ ଦିବ୍ୟା ଖୋସଲା କୁମାର ନାହାନ୍ତି? ଭୂଷଣ କୁମାର ଏବଂ ଦିବ୍ୟା ଛାଡପତ୍ର ହୋଇଯାଇଛି କି? ତେବେ ପ୍ରକୃତରେ କେଉଁ କାରଣରୁ ଦିବ୍ୟା ଏଭଳି କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। କହିବାକୁ ଗଲେ ବିବାହ ପରେ ଫିଲ୍ମରୁ କିଛି ବର୍ଷ ଦୂରେଇ ରହିଥିଲେ ବି ଏବେ ପୁଣି ଥରେ ଦିବ୍ୟା ପରଦାକୁ ଫେରିଛନ୍ତି। ଅନେକ ମ୍ୟୁଜିକ୍ ଭିଡିଓ ସହିତ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି।
wp:embed {"url":"https://www.prameyanews7.com/jackie-bhagnani-and-rakul-preet-tied-in-the-bond-of-seven-lives-first-pictures-of-the-couples-wedding-surfaced/","type":"wp-embed","providerNameSlug":"prameya-news-7"} /wp:embed