ହାତକୁ ଦିହାତ ହେଲେ ଏହି BIGBOSS ବିଜେତା, ଭାଇରାଲ୍ ହେଲା ଦମ୍ପତ୍ତିଙ୍କ ପ୍ରଥମ ଫଟୋ

Published By : Prameya-News7 Bureau | February 21, 2024 IST

ନୂଆଦିଲ୍ଲୀ ୨୧/୦୨: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିଗ୍ ବସ୍ OTT ବିଜେତା ଦିବ୍ୟା ଅଗ୍ରୱାଲ । ସେ ତାଙ୍କ ପ୍ରେମିକ ଅପୂର୍ବା ପଣ୍ଡଗାଓଙ୍କରଙ୍କ ସହ ସାତ ଫେରା ନେଇଛନ୍ତି । ଦିବ୍ୟା ଏବଂ ଅପୂର୍ବଙ୍କ ବିବାହ ଉତ୍ସବ ୨-୩ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା । ଫେବୃଆରୀ ୨୦ରେ ଏହି ଦମ୍ପତ୍ତି ବିବାହ କରିଛନ୍ତି । ବର୍ତ୍ତମାନ ଦିବ୍ୟା ସୋସିଆଲ ମିଡିଆରେ ନିଜର ବିବାହ ଫଟୋ ସେୟାର କରିଛନ୍ତି । ଉଭୟଙ୍କର ବିବାହ ଫଟୋ ଭାଇରାଲ ହେଉଛି ।

ବିବାହରେ ଦିବ୍ୟା ଏବଂ ଅପୂର୍ବା କେମେଷ୍ଟ୍ରୀ ବେଶ୍ ସୁନ୍ଦର ଦିଶୁଥିଲା । କାରଣ ଉଭୟ ପିନ୍ଧିଥିଲେ ସାମାନ କଲର ଓ ସମାନ ଡିଜାଇନର ପୋଷାକ । ଯାହାକି ଥିଲା ପରଫେକ୍ଟ ମ୍ୟାଚ୍ । ଦିବ୍ୟା ବାଇଗଣୀ ଏବଂ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ସେ ମ୍ୟାଚ୍ କରୁଥିବା ଦୁପଟ୍ଟା ଏବଂ ହୀରାର ନେକ୍‌ପିସ୍ ଲୁକ୍ ଦେଇଛନ୍ତି । ଦିବ୍ୟା ମଧ୍ୟ ଚୂଡା ଏବଂ କଲିରେ ପିନ୍ଧିଥିଲେ । ମରାଠୀ ରୀତିନୀତି ଅନୁଯାୟୀ ଦିବ୍ୟା ଏବଂ ଅପୂର୍ବା ବିବାହ କରିଥିଲେ । ଅପୂର୍ବା ବି ବାଇଗଣୀ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ ।

wp:html
/wp:html

ସୋସିଆଲ ମିଡିଆରେ ଦିବ୍ୟା ବିବାହର ବହୁତ ସୁନ୍ଦର ଚିତ୍ର ସେୟାର କରିଛନ୍ତି । ଫଟୋରେ ସେ ହସୁଥିବା ବେଳେ ଅପୂର୍ବ ତାଙ୍କ ମଙ୍ଗଳସୁତ୍ର ପିନ୍ଧାଉଥିବାର ନଜର ଆସିଛନ୍ତି । ଆଉ ଗୋଟିଏ ଫଟୋରେ, ଉଭୟଙ୍କ ସାତପେରା ନେଉଥିବା ନଜର ଆସିଛନ୍ତି । ଫଟୋ ସେୟାରବେଳେ ଦିବ୍ୟା ଲେଖିଛନ୍ତି-ଏହି ମୁହୂର୍ତ୍ତରୁ ଆମର ପ୍ରେମ କାହାଣୀ ଚାଲୁ ରହିବ । ଭଗବାନ ଆମ ଦୁଇ ଜଣଙ୍କୁ କଲ୍ୟାଣ କରନ୍ତୁ ।

you can also read...

wp:embed {"url":"https://www.prameyanews7.com/famous-model-tania-singh-committed-suicide/","type":"wp-embed","providerNameSlug":"prameya-news-7"}
https://www.prameyanews7.com/famous-model-tania-singh-committed-suicide/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.