ନୂଆଦିଲ୍ଲୀ ୪/୯: ପ୍ରତ୍ୟେକ ପିଲାଙ୍କ ପାଇଁ ବାପା-ମାଆ ସବୁଠୁ ବଡ ଗିପ୍ଟ । ବାପା-ମାଆଙ୍କ ପାଖରେ ଜୀବନସାରା ରହିବା ଖୁସିଠାରୁ ଆଉ କଣ କିଛି ଦାମୀ ଜିନିଷ ଅଛି । ପିଲାଙ୍କ ଖୁସି ପାଇଁ ବାପା ମାଆ ସବୁକିଛି ଛାଡିବାକୁ ପ୍ରସ୍ତୁତ ହୋଇଯାଆନ୍ତି । ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଏମିତି ଏକ ଆବେଗଭରା ଘଟଣା । ଝିଅର ଖୁସି ପାଇଁ ଦୀର୍ଘ ବର୍ଷ ହେବ ଅଲଗା ରହୁଥିବା ଦଂପତ୍ତି ଏକାଠି ହୋଇଛନ୍ତି । ସ୍ନାତକ ସମାରୋହରେ ପହଞ୍ଚି ଦେଇଛନ୍ତି ସରପ୍ରାଇଜ । ବାପା-ମାଆଙ୍କୁ ଏକାଠି ଦେଖି ଖୁସିରେ ଝୁମି ଉଠିଛି ଝିଅ ।
୨୫ ବର୍ଷୀୟା ମାୟା ମୌରୀଙ୍କ ବାପା-ମାଆ ଡିଭୋର୍ସ ପରେ ଅଲଗା ରହୁଥିଲେ । ବାପାମାଆଙ୍କ ସହ ରହିବା ଖୁସି କଣ କେବେ ଅନୁଭବ କରିନାହାନ୍ତି ମାୟା। ସେ ସବୁବେଳେ ଚାହୁଁଥିଲେ ସମସ୍ତଙ୍କ ପରି ମୋ ବାପା-ମାଆ ବି ଏକାଠି ହୁଅନ୍ତୁ । ସ୍ନାତକ ସମାରୋହରେ ଯୋଗଦେବା ପାଇଁ ସେ ଫ୍ରାନ୍ସରୁ ଆମେରିକା ଯାଇଥିବାବେଳେ ବାପା-ମାଆଙ୍କୁ ମଧ୍ୟ ଇନଭାଇଟ କରିଥିଲେ । ତେବେ ଫ୍ଲାଇଟ ଟିକେଟ ଅଧିକ ଦାମ ଥିବା କହି ଯିବାକୁ ମନା କରିଦେଇଥିଲେ ସେମାନେ । ଯାହାକୁ ଶୁଣି ମାୟା ଦୁଃଖରେ ଭାଙ୍ଗି ପଡିଥିଲେ । ହେଲେ ସେ ଜାଣିନଥିଲେ ଯେ ତାଙ୍କ ପାଇଁ ଏତେ ବଡ ସରପ୍ରାଇଜ ଲୁଚିକି ଅଛି । ମାୟାଙ୍କ ଖୁସି ପାଇଁ ଏକାଠି ଯିବାକୁ ନିଷ୍ପତ୍ତି ନେଇଥିଲେ ଦଂପତ୍ତି । ପ୍ରଥମେ ମାଆ ଆସି ସରପ୍ରାଇଜ ଦେଇଥିଲେ । ତା ପରେ ପରେ ବାପା ଆସି ଝିଅକୁ ହଗ୍ କରିଥିଲେ । ଏକାଠି ବାପା-ମାଆଙ୍କୁ ଦେଖି ଖୁସିରେ କାନ୍ଦି ପକାଇଥିଲେ ମାୟା । ଏହି ସମୟର ଭିଡିଓ ମାୟାଙ୍କ ରୁମ୍ ମେଟ୍ ସୁଟ୍ କରି ରଖିଥିଲେ । ମୋ ଜୀବନର ସବୁଠାରୁ ମୂଲ୍ୟବାନ ସମୟକୁ ରେକର୍ଡିଂ କରି ରଖିଥିବାରୁ ସାଙ୍ଗଙ୍କୁ ଧନ୍ୟବାଦ ଦେଇଛନ୍ତି ମାୟା । ବାପା-ମାଆଙ୍କ ସହ ମାୟାଙ୍କ ମିଳନର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯିଏ ଦେଖୁଛି ଆଖିରୁ ଲୁହ ଝରାଉଛି ।