ପାକିସ୍ତାନକୁ ୩ଟି ନଦୀର ପାଣି ଛଡାଯିବନି ବୋଲି ଭାରତ କହିବାପରେ ଜବାବ ଦେଲା ପାକିସ୍ତାନ, କହିଲା କିଛି ଫରକ ପଡିବନି

Published By : Prameya-News7 Bureau | February 22, 2019 IST

ପୁଲଓ୍ବାମା ଆକ୍ରମଣ ପରେ ଭାରତରୁ ପାକିସ୍ତାନକୁ ଯାଉଥିବା ୩ଟି ନଦୀର ପାଣି ରୋକିବାକୁ କହିଥିଲେ,କିନ୍ତୁ ଭାରତର ଏହି ପଦକ୍ଷେପ ପାକିସ୍ତାନ ଉପରେ କୈାଣସି ପ୍ରଭାବ ପକାଇବନାହିଁ। ପାକିସ୍ତାନର ଜଳ ସଂପଦ ମନ୍ତ୍ରାଳୟର ସଚିବ ଖ୍ବାଜା ସୁମୈଲ ଏହି କଥା କହିଛନ୍ତି।

{"id":87590,"width":597,"height":398}

ପାକିସ୍ତାନୀ ଗଣମାଧ୍ୟମକୁ ସାକ୍ଷାତକାର ଦେବାବେଳେ ଖ୍ବାଜା ସୁମୈଲ କହିଛନ୍ତି ଯେ ପାକିସ୍ତାନର ପୂର୍ବ ଦିଗରେ ଥିବା ଭାରତୀୟ ନଦୀର ପାଣିକୁ ଯଦି ଭାରତ ରୋକିଦିଏ ତେବେ ଏହା ପାକିସ୍ତାନ ଉପରେ କୈାଣସି ପ୍ରଭାବ ପକାଇବ ନାହିଁ। କାରଣ ଏହି ନଦୀ ସିନ୍ଧୁ ଚୁକ୍ତି ଅନୁସାରେ ଭାରତ ଅଧିକୃତ।

{"id":87591,"width":596,"height":325}

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଭାରତ ୩ଟି ନଦୀର ପାଣିର ଗତି ପରିବର୍ତ୍ତନ କରି ଭାରତ ଯଦି ନିଜ ଅଞ୍ଚଳରେ ଏହା ବ୍ୟବହାର କରେ ତେବେ ଏଥିରେ ପାକିସ୍ତାନର କୈାଣସି ଆପତ୍ତି ନାହିଁ। ସିନ୍ଧୁ ଜଳ ଚୁକ୍ତି ଅନୁସାରେ ରାବି,ସତଲେଜ ଏବଂ ବ୍ୟାସ ନଦୀର ପାଣି ଉପରେ ଭାରତର ଅଧିକାର ରହିଛି।

{"id":87592,"width":596,"height":334}

କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କାରୀ ଏକ କାର୍ଯ୍ୟକ୍ରମରେ ଏହା କହିଥିଲେ ଯେ ସିନ୍ଧୁ ଜଳ ଚୁକ୍ତି ଅନୁସାରେ ରାବି,ସତଲେଜ ଏବଂ ବ୍ୟାସ ନଦୀର ପାଣିର ଗତି ପରିବର୍ତ୍ତନ କରି ଯମୁନା ନଦୀକୁ ନିଆଯିବ। ଯାହା ଏଯାଏଁ ପାକିସ୍ତାନକୁ ଯାଉଥିଲା। ପାଣିର ଗତି ପରିବର୍ତ୍ତନ କରିବା ଦ୍ବାରା ଜାମ୍ମୁ କାଶ୍ମୀର,ପଞ୍ଜାବ,ହରିୟାଣା ସମେତ ଅନ୍ୟ କେତେକ ରାଜ୍ୟରେ ଜଳ ସେଚନ ନିମନ୍ତେ ପାଣି ମିଳିବ। ଏବଂ ଚାଷୀ ବିଭିନ୍ନ କିସମର ଫସଲ କରିପାରିବେ। ଏହି ୩ଟି ପ୍ରକଳ୍ପକୁ ନେଇ ପୂର୍ବରୁ କାମ ଆରମ୍ଭ ହୋଇଯାଇଛି।

{"id":87593,"width":594,"height":333}

   କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କାରୀ ଆହୁରି ମଧ୍ୟ କହିଛନ୍ତି ଯେ ୩ନଦୀର ଗତି ପରିବର୍ତ୍ତନ କରିବାର ଯୋଜନା ଦୀର୍ଘଦିନରୁ ହୋଇଛି। ଯାହାର କୈାଣସି ପ୍ରଭାବ ସିନ୍ଧୁ ନଦୀ ଉପରେ ପଡ଼ିବ ନାହିଁ। ଆସନ୍ତା ୬ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ପୂର୍ଣ୍ଣ ହେବ। ନଦୀ ଚାରିପଟେ ବନ୍ଧ ନିର୍ମାଣ କରିବା କାମ ଆରମ୍ଭ ହୋଇଗଲାଣି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.